କ୍ଷୁଦ୍ର ବ୍ୟବସାୟୀଙ୍କୁ ବଡ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ, ଘରେ ବସି ସବୁ ମାସରେ ପାଇବେ ୩ହଜାର ଟଙ୍କା ପେନସନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି । ଖବରଟି ହେଉଛି କି, ଏବେ କ୍ଷୁଦ୍ର ବ୍ୟବସାୟୀମାନେ ମାସକୁ ପାଇବେ ପେନସନ । ପ୍ରଧାନମନ୍ତ୍ରୀ ଗୁରୁବାର ରାଞ୍ଚିରେ ବ୍ୟବାୟୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାର ମାନଧନ୍ ଯୋଜନା ପେନସନ୍ ସ୍କିମ୍ ଲଞ୍ଚ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାର ମାନଧନ୍ ଯୋଜନା ଏକ ପ୍ରକାରର ଛୋଟ ବ୍ୟବସାୟୀଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ କରାଯାଇଛି । ଯାହାଫଳରେ ସେମାନଙ୍କୁ ୬୦ବର୍ଷ ବୟସ ପରେ ୩୦୦୦ ଟଙ୍କା ମାସକୁ ପେନସନ୍ ମିଳିବ । ଯୋଜନା ସହିତ ଜଡିତ ହୋଇଥିବା ବ୍ୟବସାୟୀ ମାନଙ୍କ ବୟସ ୧୮ରୁ ୪୦ ବର୍ଷ ବୟସ ଭିତରେ ହୋଇଥିବା ଦରକାର । ସେମାନଙ୍କ ବୟସ ଆଧାରରେ ମାସକୁ କିଛି ଦାନ କରିବାକୁ ପଡିବ ଯାହା ବହୁତ କମ୍ ଅଟେ । ଏହି ଯୋଜନାରେ ପାଖାପାଖି ୩ କୋଟି କ୍ଷୁଦ୍ର ବ୍ୟବସାୟୀ ,ଦୋକାନୀ ଏବଂ ସ୍ୱରୋଜଗାର କରୁଥିବା ଲୋକେ ଲାଭବାନ ହେବେ ।
देश के करोड़ों व्यापारियों और स्व-रोजगारियों के लिए राष्ट्रीय पेंशन योजना की शुरुआत भी झारखंड से हो रही है।: PM
— PMO India (@PMOIndia) September 12, 2019
ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ କମନ୍ ସର୍ଭିସ୍ ସେଣ୍ଟର ଯାଇ ସେଠାରେ ରେଜିଷ୍ଟର କରିପାରିବେ । ପେନସନ୍ ଯୋଜନାରେ ସରକାର ମଧ୍ୟ ବରାବର ଯୋଗଦାନ କରିବେ । ଯୋଜନାର ଫାଇଦା ନେବା ପାଇଁ ନିୟମକୁ ବହୁତ ସହଜ କରିଦିଆଯାଇଛି । ଖାସ୍ କଥା ଏହା କି, ଏହି ଯୋଜନାର ଲାଭ ନେବା ପାଇଁ ଆଧାର ନମ୍ବର ଏବଂ ବ୍ୟାଙ୍କ ଖାତା ବ୍ୟତିତ ଅନ୍ୟ କୌଣସି ଡକ୍ୟୁମେଣ୍ଟର ଦରକାର ପଡିବ ନାହିଁ।
ଏହାସହ ପଢନ୍ତୁ:
ଲଦାଖରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ