ମାଗିଥିଲେ ଇଚ୍ଛାମୃତ୍ୟୁ, କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦେଲା ୩୦ ଲକ୍ଷ ଟଙ୍କାର ସହାୟତା, ଜାଣନ୍ତୁ କାହିଁକି

ଆଗ୍ରା: ନିଜ ରୋଗିଣା ଝିଅର ଚିକିତ୍ସା କରାଇପାରୁନଥିବାରୁ ବାପା ଓ ପୁରା ପରିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଚ୍ଛାମୃତ୍ୟୁର ଆବେଦନ କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁକମ୍ପା ମୂଳକ ୩୦ ଲକ୍ଷଟଙ୍କା ସହାୟତା ରାଶି ପରିବାରକୁ ମିଳିଛି। ପିଏମ କାର୍ଯ୍ୟାଳୟ ଏହି ଅର୍ଥରାଶିକୁ ଚିକିତ୍ସା ପାଣ୍ଠିରୁ ଦେଇଥିବାର ଜଣା ପଡିଛି।

ଅପ୍ଲାଷ୍ଟିକ ଏନିମିଆରେ ପିଡିତ ଅଛି ଝିଅ

modi donate 30 lakhs

ଆଗ୍ରାର ଦୋହରଇ କୁବରେପୁର ନିବାସୀ ସୁମେର ସିଂହଙ୍କ ଝିଅ ଲଳିତା ସିଂହ ଦୁଇବର୍ଷ ହେବ ଅପ୍ଲାଷ୍ଟିକ ଏନିମିଆ ରୋଗରେ ପୀଡିତ ଅଛି। ଏହି ରୋଗରେ ରୋଗୀର ଶରୀରରୁ ନୂଆ ବ୍ଲଡ ସେଲ ତିଆରି ହେବା ବନ୍ଦ ହୋଇଯାଏ ଓ ଏହା ସହିତ ବୋନ ମ୍ୟାରୋ ନଷ୍ଟ ହେବା ଆରମ୍ଭ ହୋଇଯାଏ। ସୁମେର ସିଂହ କହିଛନ୍ତି ତାଙ୍କ ଝିଅର ଚିକିତ୍ସ ପାଇଁ ସେ ନିଜ ଜମିକୁ ବିକ୍ରୀ କରିଦେଇଛନ୍ତି ଓ ଘର ବନ୍ଧା ପକାଇ ଦେଇଛନ୍ତି।

ସୁମେରଙ୍କୁ ପ୍ରତି ସପ୍ତାହରେ ଲଳିତାଙ୍କୁ ପାଇଁ ବ୍ଲଡ ଯୋଗାଡ କରିବାକୁ ପଡୁଥିଲା। ମାସକୁ ତାଙ୍କ ଝିଅର ୬ ୟୂନିଟ ବ୍ଲଡ ଆବାଶ୍ୟକ ପଡୁଥିଲା। ଲଲିତାଙ୍କ ସ୍ତିତି ବିଗତ ଦୁଇମାସ ହେବ ଅଧିକ ଖରାପ ହେବାରେ ଲଗିଥିଲା। ଡାକ୍ତର ଲଳିତାଙ୍କ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ୧୦ ଲକ୍ଷ ଟଙ୍କା ମଗିଥିଲେ କିନ୍ତୁ ପରିବାର ପାଖରେ ଟଙ୍କାଟିଏ ନଥିବାରୁ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ଇଚ୍ଛାମୃତ୍ୟୁ ଆଦେବନ କରିଥିଲେ।

pm office

ପରେ ପ୍ରଧାନମନ୍ତ୍ରୀ ତାଙ୍କ ଦୁଃଖକୁ ଶୁଣି ତାଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି ।

You might also like