ଏଲିନା ଏବଂ ଶିଳ୍ପୀଙ୍କ ହାତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟସ, ଜଣାଇଲେ ଶୁଭେଚ୍ଛା

ସମଗ୍ର ବିଶ୍ବରେ ଆଜି ମହିଳା ଦିବସ ପାଳନ କରାଯାଉଛି । ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନାରୀଶକ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୋଦି ବିଭିନ୍ନ ଯୋଜନାର କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣରେ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ମୋଦି କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ମହିଳା ମୋ ସୋସିଆଲ ମିଡିଆ ଆକାଉଣ୍ଟ ସମ୍ଭାଳିବେ । ତେଣୁ ମୋଦି ପରମାଣୁ ବୈଜ୍ଞାନିକ ଏଲିନା ମିଶ୍ର ଏବଂ ଅନ୍ତରୀକ୍ଷ ବୈଜ୍ଞାନିକ ଶିଳ୍ପୀ ସୋନିଙ୍କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ସମ୍ଭାଳିବା ଦାୟିତ୍ବ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ଆକାଉଣ୍ଟରେ ଦୁଇ ବୈଜ୍ଞାନିକଙ୍କୁ ଲେଖିଛନ୍ତି, ଏଲିନା ମିଶ୍ର (ପରମାଣୁ ବୈଜ୍ଞାନିକ) ଏବଂ ଶିଳ୍ପୀ ସୋନି (ମହାକାଶ ବୈଜ୍ଞାନିକ) । ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟସର ନେତ୍‌ତ୍ବ କରିବା ପାଇଁ ଆମେ ରୋମାଞ୍ଚିତ ରହିଛୁ । ଭାରତର ବିଜ୍ଞାନ ସବୁଠାରୁ ଜୀବନ୍ତ ସ୍ଥାନ । ତେଣୁ ଅଧିକରୁ ଅଧିକ ମହିଳା ଏହାକୁ ଆପଣାଇବାକୁ ଆହ୍ବାନ କରୁଛୁ ।

ସେ ଆହୁରି ଲେଖିଛନ୍ତି, ଆମେ ଏଲିନା ଏବଂ ଶିଳ୍ପୀ ନିଜ ନିଜ କାମରେ ବେଶ ପାରଙ୍ଗମ । ଏହା ଅକଳ୍ପନୀୟ ଏବଂ ପରମାଣୁ ବୈଜ୍ଞାନିକ ଭଳି ସ୍ଥାନରେ ଭାରତୀୟ ମହିଳାଙ୍କୁ ଅବସର ଦେଉଛି ।

ଅନ୍ତର୍ଜାତୀୟ ମହିଳା ଦିବସରେ, ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ନବସାରୀ ଜିଲ୍ଲାରେ ମହିଳା ଦିବସ କାର୍ଯ୍ୟକ୍ରମରେ ଏକ ମେଗା ଇଭେଣ୍ଟକୁ ସମ୍ବୋଧିତ କରିବେ । ଏହି ଅବସରରେ ମହିଳା ଶକ୍ତିର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସୁରକ୍ଷା ମହିଳାମାନଙ୍କ ହାତରେ ରହିବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୨,୧୪୫ ମହିଳା କନଷ୍ଟେବଳ, ୬୧ ଇନ୍ସପେକ୍ଟର, ୧୯୭ ପିଏସଆଇ, ୧୯ ଡିୱାଇଏସପି, ୫ ଏସପି ଏବଂ ଜଣେ ଡିଆଇଜି ରାଙ୍କର ମହିଳା ଅଧିକାରୀ ରହିବେ ।

Also Read : ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଲେ ଶଭେଚ୍ଛା, ୩୦୦୦ ମହିଳାଙ୍କ ହାତରେ ପ୍ରଧାନମନ୍ତ୍ରୀ…