ଭାରତର ସବୁଠୁ ବଡ଼ ଏୟାର ପୋର୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତର ସବୁଠୁ ବଡ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ପାଇଁ ଉତ୍ତରପ୍ରଦେଶର ନୋଏଡାର ଯେବାର ଠାରେ ଆଜି ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବି ଉପସ୍ଥିତ ଥିଲେ । ନୋଏଡାରେ ଏହି ଏୟାରପୋର୍ଟ ସ୍ଥାପନ ହେଲେ ଏହା ଦିଲ୍ଲୀ ଏନସିଆରର ଦ୍ଵିତୀୟ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଭାବେ ଗଣାଯିବ । ଯଦି ଆଗକୁ କୋଭିଡ ସ୍ଥିତି ଠିକ ରହେ ତେବେ ୨୦୨୪ ସେପ୍ଟେମ୍ୱର ମାସ ସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ସମାପ୍ତ ହେବା ନେଇ ଲକ୍ଷ ରଖାଯାଇଛି । YIAPL ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଫେଜରେ ବିମାନ ବନ୍ଦରର ଗୋଟିଏ ରନ ୱେକୁ ସର୍ବ ସାଧାରଣ ଯାତ୍ରୀଙ୍କ ପାଇଁ କାର୍ଯ୍ୟକାରୀ କରାଯିବ | ଏହି ରନ ୱେରେ ବାର୍ଷିକ ୧୨ ମିଲିୟନରୁ ଅଧିକ ଲୋକ ଯିବା ଆସିବା କରିପାରିବେ ।

କହିରଖୁଛୁକି, ନୋଏଡା ଏୟାରପୋର୍ଟକୁ ପବ୍ଲିକ- ପ୍ରାଇଭେଟ ପାର୍ଟନରସିପରେ ପ୍ରସ୍ତୁତ କରାଯାଉଛି । ଏଥିରେ ଉତ୍ତର ପ୍ରଦେଶ ସରକାରଙ୍କ ସହ ଯମୁନା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ସହଭାଗିତାରେ ପ୍ରସ୍ତୁତ ହେବା ନେଇ ସ୍ଥିର ହୋଇଛି । ସ୍ୱିଜରଲ୍ୟାଣ୍ଡର ଜୂରିକ ଏୟାରପୋର୍ଟ ସଂସ୍ଥା ପକ୍ଷରୁ ବି କିଛିଟା ରିହାତି ବି ମିଳିବ । ପ୍ରଥମ ଫେଜ ପାଇଁ କାମ ଚାଲିଥିବା ବେଳେ ଏହି କାମ ଶେଷ ହେବା ପାଇଁ ପାଖାପାଖି ୫ ହଜାର ୭୦୦ ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଉଛି । ପୁରା କାମର ୮୦ ପ୍ରତିଶତ ଶେଷ ହେବା ପରେ ବାକି ଅଧା କାମ ଆରମ୍ଭ କରାଯିବ । ପୂରା ପ୍ରୋଜେକ୍ଟ ପାଇଁ ପାଖାପାଖି ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସ୍ଥିର ହୋଇଛି । ପ୍ରଥମ ସ୍ତର ପାଇଁ ଟଙ୍କା ଯୋଗାଡ ସରିଛି ।

ରିପୋର୍ଟରୁ ଜଣାଯାଇଛିଯେ ଉତ୍ତର ପ୍ରଦେଶ ଐତିହାସିକ ସ୍ଥଳୀ, ମନ୍ଦିର ତଥା ରାଜ ଉଆସ ଶୈଳୀରେ ହିଁ ଏହି ବିମାନ ବନ୍ଦରକୁ ତିଆରି କରାଯିବ । ଏହି ନୂଆ ଏୟାରପୋର୍ଟ ପାଇଁ ଜିରୋ କାର୍ବନ ନିର୍ଗମନର ଲକ୍ଷ ରଖାଯାଇଛି । ଯେବେକି ୨୦୩୦ ସୁଦ୍ଧା ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟକୁ ୨୦୩୦ ସୁଦ୍ଧା କାର୍ବନ ଏମିସନ ଫ୍ରି କରାଯିବା ନେଇ ଲକ୍ଷ ରଖାଯାଇଛି ।

Leave A Reply

Your email address will not be published.