ବେକରେ ରୁଦ୍ରାକ୍ଷ ପକାଇ ସଙ୍ଗମ ଘାଟରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ, ମା’ ଗଙ୍ଗାଙ୍କୁ କଲେ ପୂଜାର୍ଚ୍ଚନା

ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ବୁଡ଼ ପକାଇଛନ୍ତି ନରେନ୍ଦ୍ର ମୋଦି । ଗେରୁଆ ବସ୍ତ୍ର ସହ ବେକରେ ରୁଦ୍ରାକ୍ଷ ମାଳି ପକାଇ ସଙ୍ଗମ ଘାଟରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ବୁଡ଼ ପକାଇବା ପରେ ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ମୋଦିଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଦ୍ୟ ଉପସ୍ଥିତି ଥିଲେ ।

ମହାକୁମ୍ଭ ସ୍ନାନ ପାଇଁ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ନୌକାବିହାର କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ବୁଡ଼ ପକାଇବା ପରେ ଆଖଡା ସାଧୁସନ୍ଥଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ରେ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ ।

Also Read : ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା, ମୁଖ୍ୟମନ୍ତ୍ରୀ ଯୋଗୀ ସେୟାର କଲେ ଫଟୋ

You might also like