ସିଡ୍‌ନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆକାଶରେ ଲେଖାଗଲା ‘Welcome Modi’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଆଜି ତାଙ୍କର ସିଡନୀରେ ଏକ ବଡ଼ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ସମୟରେ ଭବ୍ୟ ସ୍ୱାଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଆଜି ତାଙ୍କର ସିଡନୀରେ ଏକ ବଡ଼ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ସମୟରେ ଭବ୍ୟ ସ୍ୱାଗତ କରାଯାଇଥିଲା। ରିକ୍ରିଏସନାଲ୍‌ ବିମାନ (recreational aircraft) ସାହାଯ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆକାଶରେ ‘େଓ୍ଵଲ୍‌କମ ମୋଦି’ ଲେଖାଯାଇଥିଲା। ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କର ଏହା ହେଉଛି ଦ୍ୱିତୀୟ ଅଷ୍ଟ୍ରେଲିଆ ଗସ୍ତ।

ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ପାପୁଆ ନ୍ୟୁ ଗିନିରେ ଥିଲେ, ଯେଉଁଠି ଦ୍ୱୀପ ଦେଶର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ତାଙ୍କ ପାଦ ଛୁଇଁଥିଲେ। ସେପଟେ ଜାପାନର ହିରୋସିମାରେ ଜି୭ ଶିଖର ସମ୍ମିଳନୀରେ ପହଞ୍ଚିଥିବା ଜୋ ବାଇଡେନ୍‌ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ ମାଗିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ସିଡନୀରେ କୁଡୋସ ବ୍ୟାଙ୍କ ଏରିନା ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ସେ ଭାରତୀୟ ପ୍ରବାସୀମାନଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବାନିଜ୍‌ ମଧ୍ୟ ଉପସ୍ଥିତ ରହିବେ।

ରିପୋର୍ଟ ମୁତାବକ, ୨୦ ହଜାର ସିଟ୍ ବିଶିଷ୍ଟ ଏହି ଷ୍ଟାଡିୟମର ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି। ଏହି କାର୍ଯ୍ୟକ୍ରମକୁ ଭାରତୀୟ ଅଷ୍ଟ୍ରେଲୀୟ ଡାଏସପୋରା ଫାଉଣ୍ଡେସନ୍ ଆୟୋଜନ କରୁଛି। ଏହି ଫାଉଣ୍ଡେସନର ନିର୍ଦ୍ଦେଶକ ଅଛନ୍ତି ଜୟ ଶାହ ଓ ରାହୁଲ ଜେଠି।

Leave A Reply

Your email address will not be published.