ଦେଶ ବିଦେଶ

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ରାସ୍ତା ଉପରେ ଜଲଓ୍ଵା ଦେଖାଇଲେ ଯୁଦ୍ଧ ବିମାନ ସୁଖୋଇ ଏବଂ ମିରାଜ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ କରଓ୍ଵାରଖେରିରେ ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଛନ୍ତି । ଅପରାହ୍ନ ୧.୩୦ରେ ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ହରକୁଲେସ ବିମାନରେ ସେଠାରେ ଓହ୍ଲାଇଛନ୍ତି । ବାୟୁସେନାର ବିମାନC-130j ହର୍କୁଲେସ ବିମାନରେ ଆସି ପହଞ୍ଚିଲେ ମୋଦି। ଉଦଘାଟନୀ ସମାରୋହରେ IAF ଦ୍ୱାରା ୪୫ ମିନିଟର ଏୟାର ସୋ ଦେଖିବାକୁ ମିଳିଛି । ଯେଉଁଥିରେ ଜାଗୁଆର, ସୁଖୋଇ ଏବଂ ମିରାଜ୍ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଏକ୍ସପ୍ରେସୱେରେ ନିର୍ମିତ ଏୟାରଷ୍ଟ୍ରିପରୁ ଉଡ଼ାଣ ଭରିଥିଲା ।

୩୪୧ କିମି ଲମ୍ବା ଏହି ଏକ୍ସପ୍ରେସ ୱେ ୯ ଜିଲ୍ଲା ଲକ୍ଷ୍ମୌ ହୋଇ ବାରାବାଙ୍କୀ, ଫୋଜାବାଦ, ଆମ୍ବେକରନଗର, ଆମେଠୀ, ସୁଲତାନପୁର, ଆଜମଗଢ, ମଉ ଏବଂ ଗାଜୀପୁର ହୋଇ ଯାଇଛି। ଏହି ଏକ୍ସପ୍ରେସ ୱେ ହେବା ଫଳରେ ଏବେ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ଯିବାକୁ ମାତ୍ର ୧୦ରୁ ୧୧ ଘଣ୍ଟା ଲାଗିବ। ଲକ୍ଷ୍ମୌରୁ ଗାଜିପୁର ଯିବାକୁ ୬ ଘଣ୍ଟା ପରିବର୍ତ୍ତେ  ୩ ଘଣ୍ଟାରେ ଦୂରତା ଅତିକ୍ରମ କରିବ । ଏଠାରେ ନିର୍ମାଣ ହେବାକୁ ଥିବା ପୋଲିସ୍ ପୋଷ୍ଟ ସହିତ ହେଲିପ୍ୟାଡ୍ ମଧ୍ୟ ନିର୍ମାଣ କରାଯିବ । ଏଠାରେ ଜରୁରୀ କାଳିନ ସ୍ଥିତିରେ ଅବତରଣ କରିପାରିବ ବାୟୁସେନା ବିମାନ ।

ଏହି ଏକ୍ସପ୍ରେସ ୱେରେ ୧୮ଟି ଫ୍ଲାଏଓଭର, ୭ଟି ରେଲୱେ ଓଭରବ୍ରିଜ, ୬ଟି ଟୋଲ, ୫ଟି ର‍୍ୟାମ୍ପ ପାସ୍‌, ୭ଟି ଅଣ୍ଡରପାସ୍‌ ରହିଛି। ଏହାଛଡା ୧୧୮ଟି ଛୋଟ ବ୍ରିଜ ଏବଂ ୫୦୨ଟି କଲର୍ଭଟ ରହିଛି। ଏହି ଏକ୍ସପ୍ରେସ ୱେକୁ ୬ ଲେନ୍‌ କରାଯାଇଛି। ଯାହାକୁ ପରେ ୮ଟି ଲେନ୍‌ କରାଯିବାର ପ୍ରସ୍ତାବ ରହିଛି।

ଏକ୍ସପ୍ରେସ ୱେରେ ଯାଉଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତି ପ୍ୟାକେଜରେ ୧୧୨ ଗାଡି ଏବଂ ଆମ୍ବୁଲାନ୍ସ ରହିବ। ଏହାଛଡା ଏକ୍ସପ୍ରେସ ୱେରେ ପୋଲିସ ଫାଣ୍ଡି ମଧ୍ୟ ନିର୍ମାଣ କରାଯିବ। ଏହି ଏକ୍ସପ୍ରେସ ୱେରେ ୮ଟି ପେଟ୍ରୋଲ ପମ୍ପ ନିର୍ମାଣ କରାଯିବ। ଏହାସହିତ ସିଏଜି ଷ୍ଟେସନ ମଧ୍ୟ ରହିବ। କେବଳ ଏତିକି ନୁହେଁ ଇଲେକ୍ଟ୍ରି ଯାନ ଚାର୍ଜ ପାଇଁ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ।

ସୂଚନାଯୋଗ୍ୟ, ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୧୪ ତାରିଖରେ ଆଜମଗଢରେ ଏହାର ଶିଳାନ୍ୟାସ କରିଥିଲେ। ଏହି ଏକ୍ସପ୍ରେସ ୱେ ୨୨,୪୯୪ କୋଟି ଟଙ୍କାରେ ନିର୍ମିତ ହୋଇଛି। ଯାହାକୁ ତିଆରି ହେବା ପାଇଁ ପାଖାପାଖି ୩୬ ମାସ ଅର୍ଥାତ୍‌ ୩ ବର୍ଷ ଲାଗିଛି।

Swagatika

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

17 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

48 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

50 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

53 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

60 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago