ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ମୋଦି-ପୁଟିନ୍‌ ସାକ୍ଷାତ: ଦ୍ୱିପାକ୍ଷିକ ସହ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ୨୧ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ । ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ମୋଦି-ପୁଟିନ୍‌ ସାକ୍ଷାତ । ଦ୍ୱିପାକ୍ଷିକ, ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ନେତା । ଆଫଗାନିସ୍ତାନ ପ୍ରସଙ୍ଗ ମଧ୍ୟ ଉଠିଛି । ମୋଦି କହିଛନ୍ତି କରୋନା ମହାମାରୀ ସମୟରେ ମଧ୍ୟ ଦୁଇ ଦେଶର ସଂପର୍କରେ କୌଣସି ପରିବର୍ତ୍ତନ ହୋଇନି । ଭାରତ-ରୁଷ ସମ୍ପର୍କ ଅଧିକ ମଜବୁତ ହେଉଛି । ଗତ କିଛି ବର୍ଷ ଭିତରେ ଭାରତ ଓ ରୁଷ ଅନେକ ଆହ୍ଵାନର ସମ୍ମୁଖୀନ ହୋଇଛନ୍ତି । ଏହି ସମୟରେ ଆମେ ପରସ୍ପରକୁ କେବଳ ସହଯୋଗ କରିନୁ, ଉଭୟ ଉଭୟଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ରଖିଛୁ ।

pm modi 2

ଗତ କିଛି ଦଶନ୍ଧି ଭିତରେ ବିଶ୍ୱରେ ଅନେକ ମୌଳିକ ପରିବର୍ତ୍ତନ ସହ ରାଜନୀତିର ନୂଆ ସମୀକରଣ ସୃଷ୍ଟି ହୋଇଛି । ଏହା ସତ୍ତ୍ୱେ ଭାରତ ଓ ରୁଷିଆ ମଧ୍ୟରେ ସଂପର୍କ ଅତୁଟ ରହିଛି । ଭାରତକୁ ଏକ ବୃହତ ଶକ୍ତି, ବନ୍ଧୁ ରାଷ୍ଟ୍ର ଓ ସମୟ-ପରୀକ୍ଷିତ ମିତ୍ର ଭାବେ ରୁଷ୍‌ ଗ୍ରହଣ କରିଥିବା ପୁତିନ କହିଛନ୍ତି । ସଂପର୍କ ଆଗକୁ ବଢ଼ୁଛି। ମୁଁ ଭବିଷ୍ୟତକୁ ଦେଖୁଛି ବୋଲି ପୁତିନ କହିଛନ୍ତି । ମହାମାରୀ ସମୟରେ ପୁତିନ୍‌ଙ୍କ ଭାରତ ଗସ୍ତ ବିଶ୍ୱ ପାଇଁ ଅନେକ ଗୁରୁତ୍ୱ ରଖୁଛି । ମହାମାରୀ ସମୟରେ ପୁତିନ କେବଳ ଜେନେଭା ସମ୍ମିଳନୀ ଛଡ଼ା ବାହାରକୁ ଯାଇ ନଥିଲେ । ରୁଷିଆ ବାହାରକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ । ବିଶେଷ କରି ଚୀନ୍‌ ଓ ଆମେରିକା ମୋଦି-ପୁତିନ୍‌ଙ୍କ ସାକ୍ଷାତ ଉପରେ ନଜର ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.