ଆତଙ୍କବାଦୀଙ୍କୁ ମୋଦିଙ୍କ କଡା ଚେତାବନୀ, କଳ୍ପନା ଠାରୁ ବଡ଼ ଦଣ୍ଡ ମିଳିବ

ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଖୋଜି ନିପାତ କରାଯିବ। ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀ ଓ ଷଡ଼ଯନ୍ତ୍ରକାରୀଙ୍କୁ, ସେମାନଙ୍କ କଳ୍ପନାଠାରୁ ଅଧିକ ଦଣ୍ଡ ଦିଆଯିବ । ବିହାର ମଧୁବନୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶୁଣାଇଲେ ବାର୍ତ୍ତା । ପହଲଗାମ୍ ଆତଙ୍କବାଦୀ ହମଲା ପରେ ପ୍ରଥମ ଥର ମୋଦି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।
ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ ଚିହ୍ନଟ କରାଯିବ, ଖୋଜାଯିବ ଏବଂ ଦଣ୍ଡ ଦିଆଯିବ। ଆତଙ୍କବାଦ ଦ୍ୱାରା ଭାରତର ମନୋବଳ ଭାଙ୍ଗିବ ନାହିଁ । ଆତଙ୍କବାଦକୁ ଦଣ୍ଡ ନ ଦେଇ ଛଡାଯିବ ନାହିଁ । ନ୍ୟାୟ ସୁନିଶ୍ଚିତ ପାଇଁ ସବୁ ପଦକ୍ଷେପ ନିଆଯିବ । ଏ ଦିଗରେ ସାରାଦେଶ ଏକ ରହିଛି । ଯେଉଁମାନେ ମାନବୀୟତାରେ ବିଶ୍ୱାସ କରନ୍ତି ସେମାନେ ଆମ ସହ ଅଛନ୍ତି । ପହଲଗାମରେ ହୋଇଥିବା ଆକ୍ରମଣ ଭାରତର ଆତ୍ମା ଉପରେ ଆକ୍ରମଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ଭୂଖଣ୍ଡକୁ ବ୍ୟବହାର କରୁଛନ୍ତି, ତାହାକୁ ସଂପୂର୍ଣ୍ଣ ନଷ୍ଟ କରାଯିବ ।
National Panchayati Raj Day programme in Madhubani, Bihar. https://t.co/cM06fBSkvY
— Narendra Modi (@narendramodi) April 24, 2025
୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଆନୁସାରେ ଆତଙ୍କବାଦୀଙ୍କ ଅଣ୍ଟା ଭଙ୍ଗାଯିବ । ଆତଙ୍କବାଦୀଙ୍କୁ କଳ୍ପନାଠାରୁ ଅଧିକ ଦଣ୍ଡ ସେମାନଙ୍କୁ ମିଳିବ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରହିବ ।
ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବନୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସାଧାରଣ ସଭାକୁ ସମ୍ବୋଧିତ କରି ମୋଦୀ ପହଲଗାମ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
Also Read : ମିଶାଇଲ ପରୀକ୍ଷଣ କରୁଛି ପାକିସ୍ତାନ, ଗତିବିଧି ଉପରେ ନଜର ରଖିଛି ଭାରତ