ପହଲଗାମ୍ ପ୍ରତିଶୋଧ ପରେ ନୂଆ ସକାଳ ଦେଖିଲା ଭାରତ, ରାତି ସାରା ‘ଅପରେସନ ସିନ୍ଦୂର’କୁ ନିରୀକ୍ଷଣ କରିଥିଲେ ପ୍ରଧାନମନ୍ତ୍ରୀ

ପହଲଗାମ୍ ପ୍ରତିଶୋଧ ପରେ ନୂଆ ସକାଳ ଦେଖିଲା ଭାରତ । ମଝି ରାତିରେ ପାକିସ୍ତାନୀ ଆତଙ୍କୀଙ୍କୁ ଖୋଜି ଖୋଜି ମାରିଛନ୍ତି ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦେଇଛନ୍ତି ଭାରତୀୟ ଯବାନ । ଆଉ ଏଥିସହ ଭାରତ ନେଇଛି ପହଲଗାମ୍ ହମଲାର ପ୍ରତିଶୋଧ ।
ଯାହାର ଅପରେସନ ସିନ୍ଦୂରର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ରହି ପାକିସ୍ତାନ ଓ ପିଓକେରେ ଭାରତୀୟ ସେନାର ଅପରେସନ ସିନ୍ଦୂର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ । ସିଡିଏସ, ବରିଷ୍ଠ ଗୁଇନ୍ଦା ଅଫିସର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କୁ ବାରମ୍ବାର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ସ୍ଥଳ ସେନା, ବାୟୁସେନା ଓ ନୌସେନା ମୁଖ୍ୟଙ୍କ ସହ ଅପରେସନ ସିନ୍ଦୂର ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଗତକାଲି ସଂଧ୍ୟାରୁ ବିଳମ୍ବିତ ରାତି ଯାଏ ସ୍ଥିତି ଉପରେ ନଜର ରଖାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ ଏହି ଅପରେସନ୍‌ରେ ନଅଟି ନିର୍ଦ୍ଦିଷ୍ଟ ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ଆଘାତ କରାଯାଇଥିଲା, ଯାହା ମଧ୍ୟରେ ବାହାଓ୍ଵାଲପୁରରେ ଜୈଶ-ଏ-ମୋହମ୍ମଦ (ଜେଇଏମ୍) ଏବଂ ମୁରିଦ୍‌କେରେ ଲସ୍କର-ଏ-ତୋଇବା (ଏଲଇଟି) ମୁଖ୍ୟାଳୟ ଅନ୍ତର୍ଭୁକ୍ତ।

ପ୍ରଥମ ଦିନରେ ହିଁ ଭାରତ ପକ୍ଷରୁ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାର ଘୋଷଣା କରାଯାଇଥିଲା । କିନ୍ତୁ ଏହା କେବେ ଏବଂ କିପରି କରାଯିବ ସେ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା । ଆକ୍ରମଣ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରୁଥିଲେ । ୨୨ ଏପ୍ରିଲର ପ୍ରାୟ ଦୁଇ ସପ୍ତାହ ପରେ, ଭାରତ ସରକାର ଘୋଷଣା କରିଛନ୍ତି ଯେ, ୭ ମେ’ରେ ସାରା ଦେଶରେ ଏକ ମକ୍ ଡ୍ରିଲ୍ କରାଯିବ । ଯାହା ପରେ ପାକିସ୍ତାନ ନିଶ୍ଚିତ ଥିଲା ଯେ ଏହି ଆକ୍ରମଣ କେବଳ ୭ମ‌େ’ ପରେ ହେବ କିନ୍ତୁ ଭାରତୀୟ ସେନା ପାକିସ୍ତାନକୁ ଜଳକା କରି ଦେଇଛି । ମେ’୭ ଅର୍ଥାତ୍ ମଙ୍ଗଳବାର ଏବଂ ବୁଧବାର ଅଧରାତିରେ ପାକିସ୍ତାନକୁ ଚକିତ କରି ଆକ୍ରମଣ କରିଛି ।

 

ଆହୁରି ପଢ଼ନ୍ତୁ :  ମଧ୍ୟ ରାତିରେ ପାକିସ୍ତାନ ଉପରେ ଭାରତର ‘ଅପରେସନ ସିନ୍ଦୂର’ ଆରମ୍ଭ : ୮ରୁ ଅଧିକ ଆତଙ୍କବାଦୀ ମୃତ, ବହୁ ଆହତ