ସାଉଦି ଆରବରୁ ଫେରିଥିବା ବେଳେ ପାକିସ୍ତାନ ଏୟାରସ୍ପେସକୁ ବ୍ୟବହାର କରିନଥିଲେ ମୋଦି

ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦିଆରବ ଗସ୍ତକୁ ଅଧାରେ ରଖି ଫେରିଛନ୍ତି । ଭାରତ ଫେରିବା ସମରେ ମୋଦିଙ୍କ ବିମାନ ପାକିସ୍ତାନ ଏୟାରସ୍ପେସକୁ ବ୍ୟବହାର କରିନଥିଲେ । ମୋଦିଙ୍କ ବିମାନ ଭାରତ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେସକୁ ନ ଯାଇ ଅନ୍ୟ ବିକଳ୍ପ ବାଟ ଦେଇ ଦିଲ୍ଲୀରେ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ସାଉଦି ଆରବ ଗ୍ରସ୍ତରେ ଯାଇଥିଲେ । ଏଠାରେ ସାଉଦିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହିତ ବୈଠକ କରିବାର ଥିଲା । ସାଉଦି ଆରବରେ ମୋଦିଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଥିଲା । କିନ୍ତୁ ପହଲଗାମ ଆତଙ୍କୀ ଆକ୍ରମଣ ପରେ ମୋଦି ଗସ୍ତ ଅଧାରୁ ଫେରି ଆସିଥିଲେ ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବରୁ ଫେରିଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ଦିଲ୍ଲୀରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଦିଲ୍ଲୀ ଏୟାରପୋର୍ଟରେ ପ୍ରଥମ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, NSA ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆଜି ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ ଏ ସଂପର୍କରେ ମଧ୍ୟ ଆଲୋଚନା ହେବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିବେ ।
ସୂଚନାଯୋଗ୍ୟ, ପୁଲଓ୍ବାମା ପରେ ଜମ୍ମୁ କାଶ୍ମୀର ଅନନ୍ତାନାଗ ଜିଲ୍ଲା ପହଲଗାମରେ ଆତଙ୍କୀ ହମଲା ହୋଇଛି। ଯେଉଁଥିରେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କୀ। ହମଲା ଜଣେ ଓଡ଼ିଆ ପର୍ଯ୍ୟକଙ୍କ ସମେତ ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଛି ।
Also Read : ପହଲଗାମରେ ପହଞ୍ଚିଲା NIA ଟିମ୍, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା