‘ମନ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

‘ମନ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ୟାରିସ ଅଲିମ୍ପିକ୍ସ, ହସ୍ତତନ୍ତ ବ୍ୟବସାୟ ସହ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ‘ମନ୍ କି ବାତ’କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢିକୁ ପ୍ରଶଂସା କରିଛନ୍ତି । ହସ୍ତତନ୍ତକୁ ପ୍ରଶଂସା କରିବା ସହ ସମ୍ବଲପୁରୀ ଶାଢି କଥା କହିଲେ ପ୍ରଧାନମନ୍ତ୍ରୀ ।
ଦେଶରେ ହସ୍ତ କାରିଗରୀ ଶାଢିର ଚାହିଦା ଢ଼େର ବଢ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ ହସ୍ତକାରିଗରୀ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଦେଶର ହସ୍ତତନ୍ତ ବ୍ୟବସାୟ ଦ୍ରୁତ ଗତିରେ ଆଗକୁ ବଢୁଛି । ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ। ହସ୍ତତନ୍ତ ବ୍ୟବସାୟକୁ ଆଗକୁ ବଢାଉଥିବା ମହିଳାମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ହସ୍ତତନ୍ତ ସାମଗ୍ରୀର ବିକ୍ରି ୪୦୦% ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବ୍ୟାଘ୍ର ଦିବସ ଉପରେ ମଧ୍ୟ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆସନ୍ତାକାଲି ସାରା ବିଶ୍ୱରେ ବ୍ୟାଘ୍ର ଦିବସ ପାଳନ କରାଯିବ ବୋଲି କହିଛନ୍ତି ।
ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକକୁ ନେଇ ଚର୍ଚ୍ଚା ଲାଗି ରହିଛି । ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ସେହିପରି ମ୍ୟାଥସ୍ ଅଲିମ୍ପିୟାନ୍ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।