ବିଲ୍‌ ଗେଟ୍ସ ବିହାରୀ ଷ୍ଟାଇଲରେ ତିଆରି କଲେ ରୁଟି, ପ୍ରାଧନମନ୍ତ୍ରୀ ମୋଦି ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଳୀ : ମାଇକ୍ରୋସପ୍ଟ ସଂସ୍ଥାପକ ବିଲ୍‌ ଗେଟସଙ୍କ ଏକ ଭଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆରବପତି ଗେଟସ୍‌ ରୁଟି ତିଆରି କରୁଥିବା ଦେଖାଯାଉଛନ୍ତି । ଗେଟ୍ସ ସେଲିବ୍ରେଟି ସେଫ୍‌ ଇଟାନ ବର୍ନାଥଙ୍କ ସହ ବିହାରି ଷ୍ଟାଇଲରେ ରୁଟି ବନାଉଛନ୍ତି । ବାସ୍ତବରେ ଇଟାନ ନିକଟରେ ବିହାରରୁ ଫେରିଛନ୍ତି । ବିହାରରେ ସେ ଏପରି ରୁଟି ବନାଇବା ଶିଖିଥିଲେ । ଯାହାକୁ ସେ ସେଠାରେ ପ୍ରୟୋଗ କରିଛନ୍ତି ।

ବିଲ ଗେଟସ୍‌ଙ୍କ ଦ୍ୱାରା ତିଆରି ରୁଟି ଯେବେ ତାଙ୍କ ସେଫ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ରୁଟିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଗେଟ୍ସଙ୍କ ଭିଡିଓର ସ୍କ୍ରିନ ସର୍ଟ ସେୟାର କରି ଲେଖିଛନ୍ତି ‘ସୁନ୍ଦର’, ଆପଣ ବହୁତ ଭଲ ରୁଟି ବନାଇଛନ୍ତି ’ ।

ବାଜରା ପ୍ରସ୍ତୁତ ଖାଦ୍ୟ ବନାଇବାକୁ ପ୍ରସ୍ତାବ ଦେଲେ

ପ୍ରଧାନମନ୍ତ୍ରୀ ମୋଦି ବାଜରାରେ ତିଆରି ଭୋଜନ ବନାଇବାକୁ ପ୍ରସ୍ତାବ ଦେଲେ । ପ୍ରଧାନମନ୍ତ୍ରୀ ଗେଟ୍ସଙ୍କୁ ପ୍ରଶଂସା କରି କହିଛନ୍ତି, ଆପଣଙ୍କୁ ବାଜରାରେ ତିଆରି ଖାଦ୍ୟ ମଧ୍ୟ ତିଆରି କରିବାକୁ ଚେଷ୍ଟା କରିବା କଥା । ଭାରତରେ ଆଜିକାଲି ବାଜରାରେ ପ୍ରସ୍ତୁତ ଖାଦ୍ୟର ବହୁତ ଚର୍ଚ୍ଚା । ଯାହାକି ଲୋକଙ୍କୁ ସୁସ୍ଥ ରଖିବାରେ ଜଣାଯାଇଥାଏ । ପ୍ରଧାନମନ୍ତ୍ରୀ ଏଥିସହିତ ସ୍ମାଇଲ ଇମୋଜୀ ମଧ୍ୟ ପଠାଇଛନ୍ତି ।

ଇଟାନ ତାଙ୍କ ଇନଷ୍ଟାଗ୍ରାମ ହାଣ୍ଡେଲରେ ଲେଖିଛନ୍ତି, ଆମେ ଦୁହେଁ ମିଶି ଭାରତୀୟ ରୁଟି ତିଆରି କରିଛୁ । ମୁଁ ନିକଟରେ ବିହାରରେ ଗହମ ଚାଷୀଙ୍କ ସହ ମିଶି ସେଠାକାର ନୂଆ ଟେକନୋଲୋଜି ବିଷୟରେ ଅବଗତ ହୋଇଥିଲି । ଏଥିସହ ‘ଦିଦି କି ରୋଷେଇ’ କ୍ୟାଣ୍ଟିନରୁ ସେଠାକାର ରୁଟି ମଧ୍ୟ ଶିଖିଥିଲି,ଯାହା ମୋତେ ଏଠାରେ ରୁଟି ତିଆରି କରିବାରେ ସାହାଯ୍ୟ କରିଛି ।

ଘିଅ ସହ ରୁଟି ଖାଉଥିବାର ଦେଖାଗଲେ ବିଲ ଗେଟ୍ସ

ଭିଡିଓରେ ବିଲ୍‌ ଗେଟ୍ସ ଅଟା ଚକୁଟୁଥିବା ଦେଖାଯାଉଛନ୍ତି । ଏଥିସହ ରୁଟିକୁ ତାଓ୍ଵାରେ ପକାଉଛନ୍ତି । ଗେଟ୍ସ ଏହାକୁ କରିବାରେ ବହୁତ ଖୁସୀ ଓ ଉତ୍ସାହିତ ଥିବାର ଦେଖାଯାଉଛନ୍ତି । ରୁଟି ପ୍ରସ୍ତୁତ ପରେ ଏହାକୁ ଘିଅ ସହ ଖାଉଥିବାର ମଧ୍ୟ ଦେଖା ଯାଉଛନ୍ତି । ଭାରତୀୟ ରୁଟିର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ଇଟାନ ଏହି ଅବସରରେ କହିଛନ୍ତି, ସେ ଯେତେବେଳେ ଭାରତ ଗସ୍ତରେ ଥିଲେ, ଦିଦି କି ରୋଷେଇ କ୍ୟାଣ୍ଟିନରୁ ମହିଳାଙ୍କ ଠାରୁ ଏହି ରୁଟି ବନାଇବା ଶିଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.