ପ୍ୟାରିସ ଅଲିମ୍ପିକ୍ସରୁ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ୫୦ କିଲୋ ଇଭେଣ୍ଟରେ ଫାଇନାଲ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଡିସକ୍ୱାଲିଫାଏ ହେବା ପରେ ଭିନେଶଙ୍କୁ ସାନ୍ତ୍ୱନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାତ୍ର ୧୦୦ ଗ୍ରାମ ଓଜନ ବଢିଥିବାରୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ମୋଦି ଫୋନ କରି ଫୋଗାଟଙ୍କୁ ପ୍ରଶଂସା କରିଛନ୍ତି ।
ପିଏମ୍ ମୋଦି ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଭିନେଶ ତୁମେ ଚାମ୍ପିଅନ । ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ଆଜିର ନିଷ୍ପତ୍ତି ଦୁଃଖଦାୟକ । ଆମେ ସମସ୍ତେ ତୁମ ସହ ଅଛୁ ବୋଲି ଲେଖିଛନ୍ତି ପିଏମ ମୋଦି ।
୫୦ କେଜି ମହିଳା କୁସ୍ତି ଯୋଦ୍ଧାର ଫାଇନାଲ୍ ଫାଇଟ୍ ପୂର୍ବରୁ ଡିସ୍କ୍ୱାଲିଫାଏଡ୍ ଘୋଷିତ ହୋଇଛନ୍ତି ଭାରତୀୟ ରେସଲର୍ ଭିନେଶ ଫୋଗାଟ୍ । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଛି । ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍ ଅଧିକ ଓଜନର ଥିବା ସୂଚନା ମିଳିଛି ।
ଫୋଗାଟଙ୍କ ଅଯୋଗ୍ୟ ଘୋଷଣା ଘଟଣାରେ ପିଏମ ମୋଦି ଭାରତୀୟ ଅଲିମ୍ପିକ ଆସୋସିଏସନ ଅଧ୍ୟକ୍ଷ ପିଟି ଉଷାଙ୍କ କଥା ହୋଇ ଏ ସଂପର୍କରେ ତଥ୍ୟ ମାଗିଛନ୍ତି। ଭିନେଶଙ୍କୁ କିଭଳି ସହାୟତା ଯୋଗାଇ ଦିଆଯିବ ସେ ସଂପର୍କରେ ପଦକ୍ଷେପ ନେବାକୁ କହିଛନ୍ତି। ଘଟଣାରେ ଭାରତ ସରକାର ପ୍ରତିବାଦ କରିଛି ।
ତେବେ ଭିନେଶଙ୍କ ସହିତ IOA ରହିଛି ବୋଲି ପିଟି ଉଷା କହିଛନ୍ତି । ଭିନେଶଙ୍କ ଅଯୋଗ୍ୟ ଘୋଷଣା ବହୁତ ଆଘାତ ଦେଇଛି ବୋଲି କହିଛନ୍ତି ପିଟି ଉଷା ।