ଅଷ୍ଟ୍ରିଆରେ ପ୍ରଧାନମନ୍ତ୍ରୀ ମୋଦି, ‘ବନ୍ଦେ ମାତରମ୍’ ଧୁନ୍ରେ ବାଦ୍ୟଯନ୍ତ୍ର ବଜାଇ କରାଗଲା ଗ୍ରାଣ୍ଡ୍ ୱେଲ୍କମ୍

ରୁଷ୍ ଯାତ୍ରା ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଅଷ୍ଟ୍ରିଆରେ ପହଞ୍ଚିଛନ୍ତି । ଅଷ୍ଟ୍ରିଆରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଥମେ ବିମାନବନ୍ଦରରେ ଓହ୍ଲାଇବା ପରେ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହମର ପିଏମ୍ ମୋଦିଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ତାଙ୍କ ସହିତ ସେଲ୍ଫି ନେଇ ପାରମ୍ପରିକ ଶୈଳୀରେ ସ୍ୱାଗତ ଜଣାଇଥିଲେ ।
ପିଏମ୍ ମୋଦି ଯେତେବେଳେ ଭିୟନାର ହୋଟେଲ ରିଟ୍ଜ-କାର୍ଲଟନରେ ପହଞ୍ଚିଥିଲେ, ସେଠାରେ ଅଷ୍ଟ୍ରିଆର କଳାକାରମାନେ ତାଙ୍କ ସ୍ୱାଗତରେ ‘ବନ୍ଦେ ମାତରମ୍’ ଧୁନ୍ରେ ବାଦ୍ୟଯନ୍ତ୍ର ବଜାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଚମତ୍କାର ସ୍ୱାଗତକୁ ପ୍ରଶଂସା କରିଥିଲେ । କହି ରଖୁଛୁ, ବିଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ଅଷ୍ଟ୍ରିଆ ଯାତ୍ରା ।
ତେବେ ରୁଷ୍ ଯାତ୍ରା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଅଷ୍ଟ୍ରିଆରେ ପହଞ୍ଚିଛନ୍ତି । ଅଷ୍ଟ୍ରିଆର ରାଜଧାନୀ ଭିୟନାରେ ପହଞ୍ଚିବା ପରେ ତାଙ୍କୁ ଜୋର୍ଦାର ସ୍ୱାଗତ କରାଯାଇଥିଲା । ପିଏମ୍ ମୋଦି ଏପରି ଭବ୍ୟ ସ୍ୱାଗତ ପାଇଁ କାର୍ଲ ନେହମରଙ୍କୁ ‘ଏକ୍ସ’ରେ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେହି ବିଶେଷ ମୁହୂର୍ତ୍ତର କିଛି ଖାସ୍ ଫଟୋଗୁଡ଼ିକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।