ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାରି କଲେ ୧୫୦ ଟଙ୍କିଆ ମୁଦ୍ରା, ଜାଣନ୍ତୁ କେମିତି ଓ କେଉଁଠି ମିଳିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଦିବସ ଅବସରରେ ୧୫୦ ଟଙ୍କାର ରୂପା ମୁଦ୍ରା ଜାରି କରିଛନ୍ତି। ଏହା ଏକ ସ୍ୱାରକ ମୁଦ୍ରା ଏବଂ ଏହାକୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଉପସ୍ଥାପନା କଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଡିସେମ୍ବରରେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଛବି ଥିବା ମୁଦ୍ରା ଜାରି କରିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦବାରା ପୋର୍ଟ ବ୍ଲେୟରରେ ପ୍ରଥମ ଥର ତ୍ରିରଙ୍ଗା ଉଡାଇବାର ୬୫ତମ ବାର୍ଷିକି ଅବସରରେ ମଧ୍ୟ ୭୫ ଟଙ୍କା ମୁଦ୍ରା ଜାରି କରାଯାଇଥିଲା।

ଏବେ ଆପଣ ଭାବୁଥିବେ ସ୍ମାରକ ମୁଦ୍ରା କଣ? ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ମାରକ ମୁଦ୍ରା ହେଉଛି ସାଧାରଣ ମୁଦ୍ରା ଭଳି, କିନ୍ତୁ ଏହାର ପ୍ରଚଳନ ଅନ୍ୟ ମୁଦ୍ରା ତୁଳନାରେ ବହୁତ ଅଧିକ। ଏହାର ଦାମ ସାଧାରଣ ମୁଦ୍ରା ଠାରୁ ଅଧିକ ହୋଇଥାଏ। ମୁଦ୍ରାକୁ ସଞ୍ଚୟ କରୁଥିବା ଲୋକ ଏହି ମୁଦ୍ରାକୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଦାମରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.