ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ,କୋଭିଡ ସ୍ଥିତିର କରିବେ ସମୀକ୍ଷା

କେନ୍ୟୁଜ୍(ବ୍ୟୁରୋ): କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିବେ ମୋଦି। ଆଜି ଅପରାହ୍‌ଣ ସାଢେ ୪ଟାରେ ଭର୍ଚୁଆଲ ମୋଡରେ ସମୀକ୍ଷା କରିବେ । ଦେଶରେ କୋଭିଡ ସ୍ଥିତି, ଡାକ୍ତରଖାନା ଭିତ୍ତିଭୂମି, ସଂକ୍ରମଣ ବୃଦ୍ଧି ନେଇ ଆଲୋଚନା ସହ ସମସ୍ତ ରାଜ୍ୟର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ଅବଗତ ହୋଇପାରନ୍ତି ।

ଦେଶରେ ଏବେ ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ଗତକାଲି ୧ ଲକ୍ଷ ୯୪ ହଜାର ୭୨୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଭିନ୍ନ ରାଜ୍ୟରେ ବି ସଂକ୍ରମଣ ଉପରମୁହାଁ ହୋଇଛି । ବିଶେଷଜ୍ଞ ଆଶଙ୍କା କରୁଛନ୍ତି, ଚଳିତ ମାସରେ ଦେଶରେ କରୋନାର ତୃତୀୟ ଲହର ପିକ୍‌ ଆସିପାରେ । ତାପୂର୍ବରୁ ମୁକାବିଲା ପ୍ରସ୍ତୁତି ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କର ମତାମତ ବି ଲୋଡ଼ି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.