ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ, ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି

ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ମାମଲାରେ ସୋମବାରକୁ ଘୁଞ୍ଚିଲା ଶୁଣାଣି । ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ରେକର୍ଡକୁ ସଂରକ୍ଷିତ ରଖିବାକୁ କହିଛନ୍ତି କୋର୍ଟ। ସଲିସିଟର ଜେନେରାଲ ତୁଷାର ମେହେଟା କହଛନ୍ତି, ଏହି ଘଟଣା ଅର୍ନ୍ତଜାତୀୟ ସ୍ତରରେ ଅପମାନିତ କରିଛି । ସୀମାପାର ଆତଙ୍କବାଦ ଆଶଙ୍କା ଥିବାରୁ NIAକୁ ତଦନ୍ତ ଭାର ଦିଆଯାଉ ବୋଲି ତୁଷାର ମେହେଟା କହିଛନ୍ତି । କୋର୍ଟରେ ଶୁଣାଣି ପୂର୍ବରୁ ପଞ୍ଜାବ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହ ଗୃହମନ୍ତ୍ରାଳୟ ଏକ ଟିମ୍‌ ଫିରୋଜପୁରରେ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଟିମ୍‌।

ସୂଚନାଯୋଗ୍ୟ, ଗତ ୫ ତାରିଖରେ କୃଷକ ସଂଗଠନର ରାଲି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଫ୍ଲାଏ ଓଭରରେ ୨୦ ମିନିଟ୍‌ ପାଇଁ ଫସି ଯାଇଥିଲା । ଫିରୋଜପୁର ରାଲିକୁ ନଯାଇ ଫେରି ଆସିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ଫିରୋଜପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏହି ତ୍ରୁଟି। ହୁସାନିୱାଲାରେ ଥିଲା କାର୍ଯ୍ୟକ୍ରମ। ମୋଦିଙ୍କ ଗସ୍ତକୁ ବିରୋଧ କରି କୃଷକ ସଂଗଠନ ରାଲି ବାହାର କରିଥିଲେ। ଖରାପ ପାଗ କାରଣରୁ ମୋଦି ରାଜପଥରେ ଯାଇଥିବା ବେଳେ ଏକ ଫ୍ଲାଇଓଭର ଉପରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ।

ପୂରା ଘଟଣା ପାଇଁ ରାଜ୍ୟର କଂଗ୍ରେସ ସରକାରକୁ ଦୋଷାରୋପ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଖରାପ ପାଗ କାରଣରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଥିବା ବେଳେ ରାଜ୍ୟ ସରକାରଙ୍କ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା କୁହାଯାଇଛି। କୃଷକଙ୍କ ରାଲିକୁ ଅଟକାଇବାକୁ ନିର୍ଦ୍ଦେଶ ଥିବା ବେଳେ ଚନ୍ନି ସରକାର ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବା ଅଭିଯୋଗ ଆଣିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।

Leave A Reply

Your email address will not be published.