ନରେନ୍ଦ୍ର ମୋଦି ସେୟାର କଲେ ବିମାନ ଭିତରେ ଫାଇଲ୍‌ କାମ କରୁଥିବାର ଫଟୋ, ଲୋକେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଫଟୋ ସେୟାର କରି ଦେଲେ ଏମିତି କମେଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ବେଳେ ବିମାନରେ ବସିଥିବା ସମୟର ଏକ ଫଟୋକୁ ମୋଦି ନିଜେ ସେୟାର କରିଛନ୍ତି। ଏହି ଫଟୋରେ ପିଏମ୍‌ କିଛି ଦସ୍ତାବିଜ୍‌ ପଢ଼ୁଥିବାର ନଜର ଆସୁଛନ୍ତି। ତାଙ୍କ ପାଖରେ ବି ଅନେକଗୁଡ଼ିଏ କାଗଜପତ୍ର ଏବଂ ଫାଇଲ ରଖା ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ଫଟୋକୁ ଟ୍ଵିଟରରେ ସେୟାର କରି କ୍ୟାପସନ ଲେଖିଛନ୍ତି କି, ଲମ୍ବା ଉଡ଼ାଣ ସମୟରେ ଆପଣଙ୍କୁ ଜରୁରୀ କାଗଜପତ୍ର ଏବଂ ଫାଇଲ କାମ କରିବାକୁ ବି ମଉକା ମିଳିଥାଏ’।

ସେପଟେ ମୋଦିଙ୍କ ଏହି ଫଟୋ ଦେଖି ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛି ଲୋକ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଓ ଡ. ମନମୋହନ ସିଂଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ବିମାନରେ ବସି ଫାଇଲ୍‌ କାମ କରୁଥିବାର ନଜର ଆସୁଛନ୍ତି।

ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ସମୀପ ଶାସ୍ତ୍ରୀ ଲେଖିଛନ୍ତି, ‘ମୁଁ ସବୁବେଳେ ଦାଦା ଜୀ ଲାଲ ବାହାଦୂର ଶାସ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ସମାନତାର କଥା କହିଥାଏ। ଦୁଇଜଣ ବିମାନ ଯାତ୍ରା ବେଳେ ସମୟର ସଦୂପଯୋଗ କରିଥାଆନ୍ତି। ନିଜର କାଗଜପତ୍ର କାମ କରୁଥିବା ଦେଶର ଦୁଇ ପ୍ରଧାନମନ୍ତ୍ରୀ’।

ରୁଦ୍ରାଭା ମୁଖାର୍ଜୀ ନାମକ ୟୁଜର ଲେଖିଛନ୍ତି, ‘ଆମେ ଖୁସି ଯେ ନରେନ୍ଦ୍ର ମୋଦି ଆମ ପ୍ରଧାନମନ୍ତ୍ରୀ। ଏହି ଫଟୋ ଆମକୁ ଆଉଜଣେ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମନେ ପକାଇ ଦେଉଛି’। ରଫା ନାମକ ୟୁଜର ଲେଖିଛନ୍ତି, ‘ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରତ୍ୟେକ ବିଦେଶ ଯାତ୍ରା ପରେ ଫ୍ଲାଇଟ୍‌ରେ ପ୍ରେସ୍‌ କନଫରେନ୍ସ କରୁଥିଲେ। କ’ଣ ଆପଣଙ୍କ ପାଖରେ ଏମିତି କରିବାର ସାହସ ଅଛି’?

କେବଳ ଏତିକି ନୁହେଁ, କାମେଶ ଶିବହରେ ନାମକ ଟ୍ଵିଟର ୟୁଜର ଲେଖିଥିଲେ କି, ‘କଂଗ୍ରେସ ନେତା ଓ ପ୍ରଧାନମନ୍ତ୍ରୀଙ୍କୁ କପି କରି ଆପଣ କେବେ ଇତିହାସ ବନାଇ ପାରିବେ ନାହିଁ। ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀ ଭାରତ ନିର୍ମାଣ କରିଛନ୍ତି, ଉଦ୍ଦ୍ୟୋଗପତିଙ୍କୁ ନୁହେଁ’।

ଆଉଜଣେ ୟୁଜର ଲେଖିଛନ୍ତି, ‘ଡ. ମନମୋହନ ସିଂଙ୍କୁ ଫଟୋ ନେବା ପାଇଁ ସମୟ ମିଳୁ ନ ଥିଲା। କିନ୍ତୁ ମୋଦି ଜୀ ସୁପରମ୍ୟାନ। ଯାତ୍ରା କରିବା ସମୟରେ ବି ଫଟୋ ନେଇ ଥାଆନ୍ତି ଏବଂ ଏହାକୁ ଗୋଦି ମିଡିଆ ଦ୍ୱାରା ସୋସିଆଲ ମିଡିଆରେ ଭାଇରାଲ କରାଯାଇଥାଏ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.