ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC) ରେ ଯୋଗ ଦିବସ ପାଳନ ହୋଇଛି । ପ୍ରଧାନମନ୍ତ୍ରୀ ଯୋଗ କରିବା ପରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ଫଟୋ ନେଇଛନ୍ତି ।

ମୋଦିଙ୍କ ସହିତ କାଶ୍ମୀର ମହିଳା ଫଟୋ ନେବା ସମୟରେ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସମ୍ବନ୍ଧିତ କରି କହିଛନ୍ତି, ଆଜି ସମଗ୍ର ଦୁନିଆରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯୋଗ ପ୍ରତି ଲୋକଙ୍କ ଆକର୍ଷଣ ଦିନକୁ ଦିନ ବଢୁଛି । ଆଜି କାଶ୍ମୀର ମାଟିରୁ ସମଗ୍ର ବିଶ୍ୱର ଲୋକଙ୍କୁ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଶୁଭେଚ୍ଛା ଜଣାଉଛି ।

ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ହଜାର ହଜାର ଲୋକଙ୍କ ସହିତ ଯୋଗ କରିଥିଲେ । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ‘ ସ୍ଵୟଂ ଏବଂ ସମାଜ ପାଇଁ ଯୋଗ ‘। ସୁସ୍ଥ ଏବଂ ସନ୍ତୁଳିତ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ ଯୋଗ । ଭାରତର ପ୍ରାଚୀନ ପରମ୍ପରା ଯୋଗ ଏବେ ବିଶ୍ୱ ସଂସ୍କୃତିର ଅଭିନ୍ନ ଅଙ୍ଗ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭-୮ ହଜାର ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ଡିସେମ୍ବର ୨୦୧୪ରେ ଜୁନ ୨୧ରେ ଯୋଗ ଦିବସ ପାଳନ ଲାଗି ଜାତିସଂଘ ନିଷ୍ପତ୍ତି ନେଇଥିଲା । ବିଶ୍ୱର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଯୋଗ ଉପରେ ଗବେଷଣା ହେଉଛି ।

ଜୁନ୍ ୨୧ ଦିନଟିର ରହିଛି ଏକ ବିଶେଷ ମହତ୍ତ୍ୱ । କାରଣ ଏହା ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଦିନ । ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ଉଚିତ ସମୟ ଓ ଦିନ । ଶରୀର ଓ ମନ ଉପରେ ଯୋଗର ପ୍ରବଳ ପ୍ରଭାବ ରହିଛି । ମନ, ମସ୍ତିଷ୍କ ଓ ଆତ୍ମା ଉଚିତ ସନ୍ତୁଳନ ରକ୍ଷା କରିଥାଏ । ଯୋଗ ଏକ ଭିନ୍ନ ଓ ସ୍ୱତନ୍ତ୍ର ବିଜ୍ଞାନ, ଯାହା କେଉଁ ଆଦିମ କାଳରୁ ମୁନି ଋଷି ମାନେ ସାଧନ କରିଆସୁଛନ୍ତି । ଯୋଗର ୫୦୦୦ ବର୍ଷ ପୁରୁଣା ଇତିହାସ ରହିଛି ।

You might also like