ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବାସଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବାସଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ ସମୟରେ ପିଏମ୍‌ ମୋଦି ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି।

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବାସଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ ସମୟରେ ପିଏମ୍‌ ମୋଦି ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ପିଏମ୍‌ ମୋଦି ‘ଏକ୍ସ’ରେ ପୋଷ୍ଟ୍‍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ଭାରତ ପାଲେଷ୍ଟାଇନ ଲୋକମାନଙ୍କ ପାଇଁ ମାନବୀୟ ସହାୟତା ଜାରି ରଖିବ। ଏହାସହିତ ମୋଦି ଅଞ୍ଚଳରେ ଆତଙ୍କବାଦ, ହିଂସା ଏବଂ ବିଗିଡ଼ିଥିବା ସୁରକ୍ଷା ସ୍ଥିତି ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ଇସ୍ରାଏଲ୍-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

କହି ରଖୁଛୁ, ଏହି ଯୁଦ୍ଧରେ ଗାଜାରେ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୩,୭୮୫କୁ ବୃଦ୍ଧି ପାଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ଦ୍ୱାରା ଯୁଦ୍ଧ ଘୋଷଣା ପରଠାରୁ ଗାଜାରେ ମୃତ୍ୟୁ ସଂଖ୍ୟା ବଢ଼ି ୩,୭୮୫ରେ ପହଞ୍ଚିଛି, ଯେଉଁଥିରେ ୧,୫୨୪ ଶିଶୁ, ୧୦୦୦ ମହିଳା ଏବଂ ୧୨୦ ବୃଦ୍ଧ ବ୍ୟକ୍ତି ଅଛନ୍ତି।