ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ବିକିଙ୍କ ଫିଲ୍ମ ଛାବା, ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ

ବିକି କୌଶଲଙ୍କ ଫିଲ୍ମ ଛାବା ରିଲିଜ ହେବାର ୪୦ ଦିନ ପୂରଣ ହେବା ପରେ ମଧ୍ୟ କ୍ରେଜ କମିନି । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ମଧ୍ୟ ସାରା ବିଶ୍ଵରେ ପ୍ରାୟ ୮୦୦ କୋଟିରେ ପହଞ୍ଚିବ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହାର ପ୍ରଶଂସା କରିଥିବା ବେଳେ ଏବେ ଫିଲ୍ମର ସ୍କ୍ରିନିଂ ସଂସଦ ଗୃହରେ ହେବାକୁ ଯାଉଛି ।
ବିକି ଲୌଶଲ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ଛାବା ଗୁରୁବାର ଦିନ ବାଲଯୋଗୀ ଅଡିଟୋରିୟମରେ ସ୍ଥିତ ସଂସଦ ଲାଇବ୍ରେରୀ ବିଲଡିଂରେ ପ୍ରଦର୍ଶିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ସ୍କ୍ରିନିଂରେ ସାମିଲ ହେବେ । କେବଳ ଏତିକି ନୁହେଁ, ସମ୍ଭାଜି ଭୂମିକାରେ ଅଭିନୟ କରୁଥିବା ବିକିଙ୍କ ସମେତ ଛାବାର ସମସ୍ତ କାଷ୍ଟ ଏବଂ କ୍ରୁମାନେ ମଧ୍ୟ ସାମିଲ ହୋଇପାରନ୍ତି । ଏହି ଫିଲ୍ମ ୨୭ ମାର୍ଚ୍ଚ ୨୦୨୫ ରେ ପ୍ରଦର୍ଶିତ ହେବ ।
ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ସେ ଫିଲ୍ମକୁ ପ୍ରଶଂସା କରିଥିଲେ । ସେ କହିଥିଲେ ‘ମହାରାଷ୍ଟ୍ର ଏବଂ ମୁମ୍ବାଇ ହିଁ ମରାଠୀ ସିନେମା ଏବଂ ହିନ୍ଦୀ ସିନେମାକୁ ନୂଆ ଉଚ୍ଚତା ଦେଇଛି । ବର୍ତ୍ତମାନ ଛାବାର କ୍ରେଜ୍ ବଢିଛି । ଫିଲ୍ମର ନିର୍ଦ୍ଦେଶନା ଲକ୍ଷ୍ମଣ ଉତେକର ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୩୮ ଦିନ ମଧ୍ୟରେ ଭାରତରେ ୫୮୩.୨୫ କୋଟି ଟଙ୍କା ଆୟ କରିଛି । ବିଶ୍ବବ୍ୟାପୀ ଫିଲ୍ମ ୭୮୫.୫୦ କୋଟି ଟଙ୍କା ଆୟ କରିଛି ।
ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଛାଭା ମରାଠା ଶାସକ ଛତ୍ରପତି ସମ୍ଭାଜୀ ମହାରାଜ ଏବଂ ତାଙ୍କ ପତ୍ନୀ ମହାରାଣୀ ୟେସୁବାଇଙ୍କ ଉପରେ ଆଧାରିତ ହୋଇଛି । ବିକି କୌଶଲ ଛତ୍ରପତି ଶିବାଜୀଙ୍କ ପୁଅ ସମ୍ଭାଜୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଅଭିନେତା ଅକ୍ଷୟ ଖାନ୍ନା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟିର ଭବ୍ୟ ସେଟ୍, ବୀରତ୍ୱର କାହାଣୀ ଏବଂ ଏକ ଉତ୍କୃଷ୍ଟ କଳାକାର ସହିତ, ବିବାଦରେ ମଧ୍ୟ ଫସି ରହିଥିଲା ।
ଏହାପୂର୍ବରୁ ଡିସେମ୍ବର ୨୦୨୪ରେ ଫିଲ୍ମ ସାବରମତି ରିପୋର୍ଟ ମଧ୍ୟ ସଂସଦରେ ପ୍ରଦର୍ଶିତ ହୋଇଥିଲା । ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟ୍ୱିଟରରେ ଫିଲ୍ମ ବିଷୟରେ ପୋଷ୍ଟ କରିଥିଲେ।
Also Read : ବଢିଲା ସାଂସଦଙ୍କ ଦରମା ଏବଂ ଭତ୍ତା, ପିଛିଲା ଭାବେ ୨୦୨୩ ଏପ୍ରିଲରୁ ଲାଗୁ ହେବ