ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ, ସାମିଲ ହେଲା ୩ ଯୁଦ୍ଧ ଜାହାଜ

ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ସୁରତ, ନୀଳଗିରି ଓ ବାଗସିର ସମର୍ପିତ ହୋଇଛି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେନାବାହିନୀର ବୀର ଯବାନଙ୍କୁ ପିଏମ ଶୁଭେଚ୍ଛା ଜଣାଇଛନ୍ତି । ନୌସେନା ଗୌରବଶାଳୀ ଇତିହାସ ଥିବା କହିଛନ୍ତି ମୋଦି । ୩ ନୂଆ ଯୁଦ୍ଧ ଜାହାଜ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ନୌସେନାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି ।
ବିସ୍ତାରବାଦ ନୁହେଁ, ବିକାଶବାଦକୁ ନେଇ କାର୍ଯ୍ୟ କରାଯାଉଛି । ଭାରତର ଆର୍ଥିକ ଶକ୍ତି ସଶକ୍ତ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତରେ ନିର୍ମିତ ଏହି ଜାହାଜରେ ଲାଗିଛି ଅତ୍ୟାଧୁନିକ ସେନ୍ସର ଓ ଯୁଦ୍ଧାସ୍ତ୍ର । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବ୍ରହ୍ମାସ ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୂରଗାମୀ ମିସାଇଲ ବାରାକ-୮ ସୁରତରେ ଲାଗିଛି। ସମୁଦ୍ର ଭିତରେ ଲଢେଇ ପାଇଁ ସୁରତରେ ଲାଗିଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ସବମରିନ ୱିପନ ଏବଂ ସେନସର, ହେଭିୱେଟ୍ ଟ୍ରପିଡୋ ଟ୍ୟୁବ ଲଞ୍ଚର ଓ ଏଏସଡବ୍ଲୁ ରକେଟ୍ ଲଞ୍ଚର।
ଏହି ୩ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହା ଭାରତୀୟ ନୌସେନାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ନୌସେନା ଭାବେ ଗଢି ତୋଳିବ। ସେହିପରି INS ନୀଲଗିରି ପ୍ରୋଜେକ୍ଟ-17Aର ପ୍ରମୁଖ ଜାହାଜ । ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ବେଳେ ଶିବାଲିକ କ୍ଲାସ ଫ୍ରିଗେଟ୍ସରେ ଏହା ସମୃଦ୍ଧ। ଶତ୍ରୁ ପକ୍ଷଙ୍କ ରାଡାରରେ ନ ଆସିବାର ପ୍ରଯୁକ୍ତି କୌଶଳରେ ଏହାକୁ ସମୃଦ୍ଧ କରାଯାଇଛି।