ଏସିଆର ସବୁଠୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ୨୦ ବର୍ଷରେ ପ୍ରସ୍ତୁତ ହେବ ୧୦୦୦ ହେଲିକପ୍ଟର
ଏସିଆର ସବୁଠାରୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକର ତୁମକୁରୁରେ ଦେଶର ସବୁଠାରୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରି HAL କୁ ଆଜି ଉଦ୍ଘାଟନ କରାଯିବ । ଏହା ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା ହେବ। ଯାହା ହେଲିକପ୍ଟର ନିର୍ମାଣ କରିବାର କ୍ଷମତା ଏବଂ ଇକୋ ପ୍ରଣାଳୀକୁ ବଢାଇବ । ଆଗାମୀ ୨୦ ବର୍ଷରେ ୪ ଲକ୍ଷ କୋଟି କାରବାର ସହିତ ୧୦୦୦ରୁ ଅଧିକ ହେଲିକପ୍ଟର ନିର୍ମାଣ ହେବ ।
୬୧୫ ଏକରରେ ନିର୍ମିତ ଏହି କାରଖାନାରେ ପ୍ରାରମ୍ଭରୁ ଲାଇଟ ୟୁଟିଲିଟ ହେଲିକପ୍ଟର (LUH) ଉତ୍ପାଦନ କରାଯିବ । ଏହା ସଂପୂର୍ଣ୍ଣ ଭାବେ ସ୍ୱଦେଶୀ ଡିଜାଇନ ଏବଂ ଆଡଭାନ୍ସଡ ୩- ଟନ୍ ବର୍ଗର ସିଙ୍ଗଲ ଇଂଜିନ ହେଲିକପ୍ଟର ହେବ । ପ୍ରଥମରୁ ଏହି ଫ୍ୟାକ୍ଟ୍ରିରେ ବର୍ଷକୁ ୩୦ଟି ହେଲିକପ୍ଟର ନିର୍ମାଣ ହେବ । ପ୍ରତିବର୍ଷ ଏହାର କ୍ଷମତା ୬୦ ରୁ ୯୦ ହେଲିକପ୍ଟର ନିର୍ମାଣ ପାଇଁ ବଢାଯିବ । ଏହି ହେଲିକପ୍ଟରର ଉଡାଣ ପରୀକ୍ଷା ହୋଇସାରିଛି ।
PM @narendramodi will dedicate to the nation a new HAL Helicopter Factory in Tumakuru on the 6th of February.
This factory is Asia’s largest helicopter MFG facility and will initially produce the LUH.The factory will be expanded to manufacture other helos such as LCH and IMRH pic.twitter.com/ztwsf52Wgi
— Defence Decode® (@DefenceDecode) February 4, 2023
ଏହି ହେଲିକପ୍ଟର ଫ୍ୟାକ୍ଟ୍ରି ନିର୍ମାଣ ହେବା ଦ୍ୱାରା କର୍ଣ୍ଣାଟକର ପ୍ରାୟ ୬୦୦୦ ଲୋକଙ୍କୁ ରୋଜଗାର ମିଳିବ । ଲାଇଟ ୟୁଟିଲିଟ ହେଲିକପ୍ଟର ଉତ୍ପାଦନ ଛଡା ଲାଇଟ୍ କମ୍ବାର୍ଟ ହେଲିକପ୍ଟର (LCH), ଇଣ୍ଡିଆନ ମଲ୍ଟିରୋଲ ହେଲିକପ୍ଟର (IMRH) ନିର୍ମାଣ କରିବାର ଯୋଜନା ରହିଛି। ଏହାଛଡା ଏହିସବୁ ହେଲିକପ୍ଟରର ମରାମତି କାମ ମଧ୍ୟ ଏଠାରେ କରାଯିବ । ହେଲିକପ୍ଟର ଫ୍ୟାକ୍ଟ୍ରି ନିର୍ମାଣ ହେବା ଦ୍ୱାରା ଆଖପାଖ ଅଞ୍ଚଳର ବିକାଶ ହେବ। ଲୋକେ ରୋଜଗାରକ୍ଷମ ହେବେ । ତେବେ ଆଜି ଉର୍ଜା ସପ୍ତାହ ପାଳନ ଅବସରରେ ଏହା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମ ୬ରୁ ୮ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।
ସୂଚନାଯୋଗ୍ୟ, ଏହି ଫ୍ୟାକ୍ଟ୍ରିକୁ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଥିଲେ । ଗୋଟିଏ ସ୍ଥାନରୁ ହେଲିକପ୍ଟର ନିର୍ମାଣ ଏବଂ ମରାମତି ହେବା ପାଇଁ ଏହି ଫ୍ୟାକ୍ଟ୍ରିର ଶୁଭାରମ୍ଭ କରାଯାଇଥିଲା ।