ଆସନ୍ତାକାଲି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ସରୁଛି ଦେଶରେ ୨୧ ଦିନିଆ ସଂପୂର୍ଣ୍ଣ ଲକ୍‌ଡାଉନ୍‌। ଆଉ ଅବଧି ବଢିବ କି ନାହିଁ, ଯଦି ବଢିବ କେତେ ଦିନ ବଢିବ । ସେନେଇ ଚର୍ଚ୍ଚା ଲାଗି ରହିଛି । କାଲି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ କରିବେ । ଏନେଇ ଟ୍ଵିଟ ଯୋଗେ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୪ ଦିନ ପାଇଁ ଲକଡାଉନ ଘୋଷଣା କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.