ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା: ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଯିବ ସ୍ୱତନ୍ତ୍ର ଆମନ୍ତ୍ରଣ ପତ୍ର, ସାରା ଦେଶରେ ୭ ଦିନିଆ ଉତ୍ସବ

ଅଯୋଧ୍ୟା ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର୍‌ର ୮୫ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି। ଚଟାଣରେ ମାର୍ବଲ ବିଛାଇବା କାମ ଦିନେ ଦୁଇଦିନ ଭିତରେ ଆରମ୍ଭ ହୋଇଯିବ।

ଅଯୋଧ୍ୟା ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର୍‌ର ୮୫ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି। ଚଟାଣରେ ମାର୍ବଲ ବିଛାଇବା କାମ ଦିନେ ଦୁଇଦିନ ଭିତରେ ଆରମ୍ଭ ହୋଇଯିବ। ଗର୍ଭଗୃହ କାମ ଡିସେମ୍ବର ୧୫ ସୁଦ୍ଧା ଶେଷ ହେବ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍‌ ରାୟ କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବା ନେଇ ନିଷ୍ପତ୍ତି ହୋଇଛି।

ସେ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠାର କୌଣସି ତାରିଖ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ମାତ୍ରେ ଆମେ ତାରିଖ ବିଷୟରେ ବିଚାର କରିବୁ। ପ୍ରଧାନମନ୍ତ୍ରୀଙ୍କୁ ଡିସେମ୍ବରରୁ ୨୦୨୪ ଜାନୁୟାରୀ ୨୬ ମଧ୍ୟରେ କାର୍ଯ୍ୟକ୍ରମର ସମ୍ଭାବିତ ତାରିଖ ବିଷୟରେ ଜଣାଇ ଦିଆଯିବ।

ଚମ୍ପତ୍‌ ରାୟ କହିଥିଲେ କି, ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ଆମନ୍ତ୍ରଣ ପାଇଁ ପତ୍ର ପ୍ରସ୍ତୁତ କରିବେ। ଏହା ଉପରେ ମହନ୍ତ ନୃତ୍ୟଗୋପାଳ ଦାସ ହସ୍ତାକ୍ଷର କରିବେ। ଏହି ପତ୍ରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପଠାଯିବ।

ଚମ୍ପତ୍‌ ରାୟ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପୂଜା ବିଷୟରେ କହିଥିଲେ, ଏହା ୭ ଦିନର କାର୍ଯ୍ୟକ୍ରମ ରହିବ। ଏହି ଅବସରରେ ସାରା ଦେଶରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ୭ ଦିନ ଧରି ଚାଲିବ। ଦେଶର ଯେଉଁଠି ବି ରାମଭକ୍ତ ଅଛନ୍ତି, ସେମାନେ ସେଠାରେ ରହି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରିବେ।

Leave A Reply

Your email address will not be published.