ନୂଆ ସଂସଦ ଭବନକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ସମ୍ମାନିତ କରିବେ ମୋଦି: ଅମିତ ଶାହା

ନୂଆ ସଂସଦ ଭବନ ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ହେବେ ୬୦ ହଜାର ଶ୍ରମିକ । ବହୁତ କମ୍‌ ସମୟରେ ସଂସଦ ଭବନକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ମୋଦି ସମ୍ମାନିତ କରିବେ ବୋଲି ଅମିତ ଶାହା ପ୍ରେସ୍‌ କନଫରରେନ୍ସ ଜରିଆରେ ଜଣାଇଛନ୍ତି ।

ଆଉ ୩ ଦିନ ପରେ ନୂଆ ସଂସଦ ଭବନର ଉଦ୍‌ଘାଟନ ହେବ । ପ୍ରଧାନମନ୍ତ୍ରୀ ମୋଦି ନବନିର୍ମିତ ସଂସଦ ଭବନକୁ ଦେଶବାସୀଙ୍କ ପାଇଁ ସମର୍ପଣ କରିବେ । ଆଉ ଏହି ଭବନକୁ ନିର୍ମାଣ କରିବାରେ ଯୋଗଦାନ କରିଥିବା ୬୦ ହଜାର ଶ୍ରମିକଙ୍କୁ ସମ୍ମାନିତ କରିବେ ମୋଦି । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ପ୍ରେସ କନଫରରେନ୍ସ କରି ସୂଚନା ଦେଇଛନ୍ତି ।

ଅମିତ ଶାହା ଟ୍ଵିଟ୍‌ କରି କହିଛନ୍ତି, ଏହି ଅବସରରେ ଏକ ଐତିହାସିକ ପରମ୍ପରା ପୁର୍ନଜୀବିତ ହେବ । ଆଉ ନୂଆ ସଂସଦ ଭବନକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ସମ୍ମାନିତ କରିବେ ମୋଦି ।

ନୂଆ ସଂସଦ ଭବନକୁ ୨୮ ମଇରେ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ । ୫ ଅଗଷ୍ଟ ୨୦୧୯ରେ ନବନିର୍ମିତ ସଂସଦ ଭବନକୁ ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସରକାର । ଏହାପରେ ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି ସଂସଦ ଭବନକୁ ଶିଳାନ୍ୟାସ କରିଥିଲେ । ନୂଆ ସଂସଦ ଭବନର ଲୋକସଭା ଭବନରେ ୮୮୮ ସଦସ୍ୟ ବସିବାର ବ୍ୟବସ୍ଥା ରହିଛି । ସେହିଭଳି ରାଜ୍ୟସଭାରେ ୩୮୪ ସଦସ୍ୟ ବସିବାର ସୁବିଧା ରହିଛି । ଏତେ ଶୀଘ୍ର ଏଭଳି ସଂସଦ ଭବନକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ମୋଦି ସମ୍ମାନିତ କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ନୂଆ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ କଂଗ୍ରେସ ସମେତ ୧୯ ବିରୋଧୀ ଦଳ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏ ନେଇ ସମସ୍ତେ ଏକ ମିଳିତ ବୟାନ ଜାରି କରିଛନ୍ତି। ବୟାନରେ କୁହାଯାଇଛି ଯେ, ଗଣତନ୍ତ୍ରର ଆତ୍ମାକୁ ସଂସଦରୁ ନିଷ୍କାସିତ କରି ଦିଆଯାଇଛି। ଆମେ ଏହି ବିଲ୍ଡିଂରେ କୌଣସି ମୂଲ୍ୟ ଦେଖିବାକୁ ପାଉନାହୁଁ। ଏଥିପାଇଁ ଆମେ ନୂଆ ସଂସଦ ଭବନର ଉଦ୍ଘାଟନୀକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏହି ନିରଙ୍କୁଶ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ବିରୋଧରେ ଲଢ଼େଇ ଜାରି ରଖିବୁ।

Leave A Reply

Your email address will not be published.