ବିଶ୍ୱ ପରିବେଶ ଦିବସରେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଆରମ୍ଭ, ଚାରା ଲଗାଇ ମୋଦି କଲେ ଆରମ୍ଭ

ବିଶ୍ୱ ପରିବେଶ ଦିବସ ଆଜି ପାଳିନ ହେଉଛି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନର ନାଁ ହେଉଛି ‘ଏକ୍ ପେଡ଼୍ ମାଁ କେ ନାମ’ । ଏହାର ଆରମ୍ଭ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ନିଜେ ଗଛ ଲଗାଇ କରିଛନ୍ତି । ମୋଦି ବୁଦ୍ଧ ଜୟନ୍ତୀ ପାର୍କରେ ଚାରା ରୋପଣ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଦେଶରେ ଚାରାରୋପଣ କରାଇବା ଏହାର ମୂଳ ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦ଟା ୪୫ ପାଖାପାଖି ଦିଲ୍ଲୀ ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ବିଶ୍ୱ ପରିବେଶ ଦିବସ ଅବସରରେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ଚାରା ରୋପଣ କରିଥିଲେ । ଏହି ଅଭିଯାନରେ ଦେଶରେ ବୃକ୍ଷରୋପଣ କରିବାକୁ ଲୋକଙ୍କୁ ସଚେତନ କରିବା ଏବଂ ଗ୍ଲୋବାଲ ଓ୍ଵର୍ମିଂରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନତା କରିବା । ଚଳିତବର୍ଷ ଦେଶରେ ଭୀଷଣ ଗରମର ଶିକାର ହୋଇଛନ୍ତି । ତେଣୁ ବିଶେଷଜ୍ଞଙ୍କ ମତରେ ଅଧିକରୁ ଅଧିକ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି । ତେବେ ମୋଦି ଚାରାରୋପଣ କରୁଥିବା ସମୟରେ ତାଙ୍କ ସହ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସକ୍ସେନା ଉପସ୍ଥିତ ଥିଲେ ।

ପ୍ରଥମ ଥର ପାଇଁ ୧୯୭୨ ମସିହା ଜୁନ୍ ୫ରେ UNGA ବିଶ୍ୱ ପରିବେଶ ଦିବସ ଆରମ୍ଭ କରିଥିଲା । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍ ହେଉଛି-‘Land Restoration, Desertification and Drought Resilience’ । ଏଥର ସାଉଦି ଆରବକୁ ଆୟୋଜକ ଦେଶ ଭାବେ ଚୟନ କରାଯାଇଛି । ଏହାକୁ ୧୫୦ରୁ ଅଧିକ ଦେଶରେ ପାଳନ କରାଯାଉଛି ।

କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି ।  ନେହରୁଙ୍କ ପରେ ଦ୍ବିତୀୟ ରାଜନେତା ଭାବେ ଏହି ଗୌରବ ହାସଲ କରିବେ ।  ଏନଡିଏକୁ ୨୯୩ ସିଟ ମିଳିଥିବା ବେଳେ ଇଣ୍ଡିଆ ମେଣ୍ଟକୁ ମିଳିଛି ୨୩୨ ସିଟ୍  । ଏନଡିଏର ହାଟ୍ରିକ ବିଜୟ ପରେ ବିଜେପିର ନୂଆଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ଦଳ ।  ପ୍ରଧାନମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜୟକୁ ବିଶ୍ବର ସବୁଠାରୁ ବୃହତ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି ମୋଦି । ସବକା ସାଥ ସବକା ବିକାଶ ମନ୍ତ୍ରର ବିଜୟ  । ୧୪୦ କୋଟି ଦେଶବାସୀଙ୍କ ବିଜୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  । ପ୍ରଧାନମନ୍ତ୍ରୀ ମୋଦି ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି ।

You might also like