ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ବାତିଲ, ଦେଶର ସୁରକ୍ଷା ଦୃଷ୍ଟିରୁ ନେଲେ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ବାତିଲ । ରୁଷ ଯିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ରୁଷିଆର ମେ ୯ରେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଦିବସ ଭିକ୍ଟ୍ରିଡେ ପରେଡରେ ଭାଗ ନେବେନି ।

ସୂଚନା ଅନୁଯାୟୀ, ଏନେଇ କ୍ରେମଲିନ୍ ମୁଖପାତ୍ର ପେସକୋଭଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମସ୍କୋ ଭିକ୍ଟ୍ରି ଡେ’ ପରେଡରେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ତେବେ ଜମ୍ମୁ କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସୁରକ୍ଷା ଦୃଷ୍ଟିରୁ ରୁଷ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗସ୍ତ ବାତିଲ ନେଇ ରୁଷ ମୁଖପାତ୍ର ଦିମିତ୍ରି ପେସକୋଭ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୯ ତାରିଖରେ ଋଷରେ ବିଜୟ ଦିବସ ପାଳନ କରାଯାଏ । ଏହି ଅବସରରେ ଏକ ବଡ଼ ସାମରିକ ପରେଡ୍ ଏବଂ ଅନେକ ଅନ୍ତର୍ଜାତୀୟ ଅତିଥି ଉପସ୍ଥିତ ରୁହନ୍ତି । କିନ୍ତୁ ଏଥର ଭାରତର ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ।

Also Read : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀ ହେଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ…