ଇସ୍ରାଏଲକୁ ମୋଦିଙ୍କ ସହ ବିଶ୍ବ ନେତାଙ୍କ ସମର୍ଥନ, ତେଲ ଆଭିଭକୁ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

ଇସ୍ରାଏଲକୁ ସମର୍ଥନ ଜଣାଇଲେ ମୋଦି। ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ନିନ୍ଦା କରିଛନ୍ତି।

ଇସ୍ରାଏଲକୁ ସମର୍ଥନ ଜଣାଇଲେ ମୋଦି। ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ନିନ୍ଦା କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଭଳି କଠିନ ସମୟରେ ଇସ୍ରାଏଲ ସହ ଭାରତ ଛିଡ଼ା ହୋଇଛି ବୋଲି କହିଛନ୍ତି ମୋଦି। ଟ୍ବିଟ କରି ମୋଦି ଇସ୍ରାଏଲକୁ ସମର୍ଥନ ପ୍ରକାଶ କରିଛନ୍ତି।

ମୋଦିଙ୍କ ସମେତ ବିଶ୍ବର ପ୍ରମୁଖ ନେତାମାନେ ଇସ୍ରାଏଲକୁ ସମର୍ଥନ ଜଣାଇଛନ୍ତି। ଖୋଲା ସମର୍ଥନ ଜଣାଇଛି ଆମେରିକା। ଅନ୍ୟପଟେ ଯୁଦ୍ଧ ପାଇଁ ତେଲ ଆଭିଭକୁ ଉଡାଣ ବାତିଲ କରିଛି ଏୟାର ଇଣ୍ଡିଆ। ତେଲ ଆଭିଭରୁ କୌଣସି ବିମାନ ଆସିବ ନାହିଁ କି ଭାରତରୁ କୌଣସି ବିମାନ ତେଲ ଆଭିଭ ଯିବ ନାହିଁ।