ଆମେରିକାରେ ଶୁଭିବ ନମୋ ମନ୍ତ୍ର, ଆଜି ହଷ୍ଟନରେ ପ୍ରଧାନମନ୍ତ୍ରୀଙ୍କ ହାଓଡି ମୋଦି କାର୍ଯ୍ୟକ୍ରମ
ନୂଆଦିଲ୍ଲୀ : ଆମେରିକାରେ ଶୁଭିବ ନମୋ ମନ୍ତ୍ର । ଆଜି ହଷ୍ଟନରେ ପ୍ରଧାନମନ୍ତ୍ରୀଙ୍କ ହାଓଡି ମୋଦି କାର୍ଯ୍ୟକ୍ରମ । ଆମେରିକାର ହଷ୍ଟନରେ ୫୦ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବେ ମୋଦି । କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରପତି ଆମେରିକାରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ବିଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ମେଗା ଇଭେଣ୍ଟ ଆୟୋଜନ କରାଯାଇଛି ।
ହାଓଡି ମୋଦି କାର୍ଯ୍ୟକ୍ରମ ପରେ ଭାରତ -ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ବ୍ୟବସାୟ କ୍ଷେତ୍ରରେ କେତେକ ବଡ଼ ଚୁକ୍ତି ହେବାର ସମ୍ଭାବନା ରହିଛି । ଚୀନ୍ ସହ ଆମେରିକାର ବାଣିଜ୍ୟ ଯୁଦ୍ଧ ଚାଲିଥିବାରୁ ଭାରତ-ଆମେରିକା ଆଲୋଚନା ଉପରେ ସାରା ବଶ୍ୱ ନଜର ରଖିଛି । ଅନ୍ୟପଟେ ଏହି ଗସ୍ତରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ମୋଦି ଯୋଗ ଦେବେ । ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ସାକ୍ଷାତ ବେଳେ ଟ୍ରମ୍ପଙ୍କୁ ଏହି ପ୍ରସ୍ତାବ ଦେଇଥିଲେ ମୋଦି । ପ୍ରସ୍ତାବକୁ ଟ୍ରମ୍ପ ମଧ୍ୟ ଗ୍ରହଣ କରିଥିଲେ ।