ଦେଶ ବିଦେଶ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, କରୋନା ଟେଷ୍ଟିଂ ବୃଦ୍ଧି ଉପରେ ଗୁରୁତ୍ୱ

କୋଭିଡ୍‌ର ସେକେଣ୍ଡ ୱେଭ୍‌ ସମ୍ଭାବନାକୁ ଅଟକାଇବାକୁ ହେଲେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ପଡିବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ବେଳେ ଏହି ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆରଟିପିସିଆର ଟେଷ୍ଟିଂ ବୃଦ୍ଧି କର। ସ୍ଥାନୀୟ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପାଇଁ ସଙ୍କୋଚ ନ କରନ୍ତୁ। ଏହା ସହ ଟିକାର ଜିରୋ ୱେଷ୍ଟେଜ୍‌ ଦିଗରେ କାମ କରିବାକୁ ସବୁ ରାଜ୍ୟକୁ କହିଛନ୍ତି ମୋଦି।

ଗୋଟିଏ ଦିନରେ ୨୮,୯୦୩ ପଜିଟିଭ୍‌ ଚିହ୍ନଟ। ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପଜିଟିଭିଟି ହାର ଅଧିକ। ଏଭଳି ସ୍ଥିତିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋକଜଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରାୟ ୭୦ ଜିଲ୍ଲାରେ କିଛି ଦିନ ହେଲା ସଂକ୍ରମଣ ୧୫୦% ବଢିଛି। ସେକେଣ୍ଡ ୱେଭ୍‌ ଅଟକାଇବାକୁ ହେଲେ ତୁରନ୍ତ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

କୋଭିଡ୍‌ ମୁକାବିଲାରେ ମିଳିଥିବା ସଫଳତାରୁ ଯେଉଁ ଆତ୍ମବିଶ୍ୱାସ ଆସିଛି ତାହା ଅତି ଆତ୍ମବିଶ୍ୱାସରେ ପରିଣତ ନ ହେଉ। ଏବେ ପ୍ରୋ-ଆକ୍ଟିଭ ହେବା ସମୟ ଆସିଛି। ସ୍ଥାନୀୟ ଅଧିକାରୀଙ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବିକଳ୍ପ ଉପରେ ଗୁରୁତ୍ୱ ଦେବାକୁ ପଡିବ। କିଛି ସ୍ଥାନରେ ଟେଷ୍ଟିଂ କମିଛି। ଛୋଟ ସହରଗୁଡିକରେ ଟେଷ୍ଟିଂ ବଢାଇବାକୁ ପଡିବ। କେରଳ, ଓଡ଼ିଶା, ଛତିଶଗଡ଼ ଓ ୟୁପି ଭଳି ରାଜ୍ୟ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ RTPCR ଟେଷ୍ଟ ବଢାଇବାକୁ ପଡିବ। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଛି। ଟିକାକରଣ କେନ୍ଦ୍ର ବଢାଇବା ସହ ଜିରୋ ୱେଷ୍ଟେଜ ଦିଗରେ କାମ କରିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

WCW 11

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

47 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago