ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ, ଶପଥ ନେଇ ୩ ଗୁଣା ପରିଶ୍ରମ କରିବେ ବୋଲି କହିଲେ ମୋଦି
ଆଜିଠାରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ସାଂସଦମାନେ ଶପଥ ନେଉଛନ୍ତି । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକାରୀ, ମନୋହର ଲାଲ ଖଟ୍ଟର, ଅନ୍ୟ କେନ୍ଦ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଆଜି ମୋଟ ୨୮୦ ସାଂସଦ ଶପଥ ନେବେ ସେହିପରି ମଙ୍ଗଳବାର ଦିନ ୨୬୪ ସାଂସଦ ଶପଥ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତର ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ଭର୍ତ୍ତୃହରି ମହତାବ ।
ତେବେ ଶପଥ ନେବେ ପୂର୍ବରୁ ମୋଦି କହିଥିଲେ, ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ । ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ । ୩ ଗୁଣା ଅଧିକ ପରିଶ୍ରମ କରିବୁ।’ ଏହି ନିର୍ବାଚନ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ସ୍ୱାଧୀନତା ପରେ ଦ୍ୱିତୀୟ ଥର କୌଣସି ସରକାରଙ୍କୁ ଲଗାତାର ତୃତୀୟ ଥର ସେବା କରିବାକୁ ଜନତା ସୁଯୋଗ ଦେଇଛନ୍ତି ।
ଜରୁରୀକାଳିନ ପ୍ରସଙ୍ଗ ଉଠାଇ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଯୁବ ସାଂସଦଙ୍କ ସଂଖ୍ୟା ଏଥର ଅଧିକ ରହିଛି। ଦେଶ ଚଳାଇବା ପାଇଁ ସମସ୍ତଙ୍କ ସହମତି ଅତ୍ୟାବଶ୍ୟକ। ଜନତା ଆମର ନୀତି ଓ ସଚ୍ଚୋଟତା ଉପରେ ମୋହର ଲଗାଇଛନ୍ତି। ଜୁନ୍ ୨୫ ଗଣତନ୍ତ୍ର ପାଇଁ କଳା ଦିବସ କହିଲେ ମୋଦି। ଏମର୍ଜେନ୍ସୀକୁ ୫୦ ବର୍ଷ ପୂରିବ, ଏହି ଦିନକୁ କେବେ ଭୁଲି ହେବନି। ୧୪୦ କୋଟି ଲୋକଙ୍କ ଆକାଂକ୍ଷା ପୂରଣ କରିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।