ଆଜି ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଭାଷଣରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମିଳୁଥିବା ଋଣର ସୀମାକୁ ୧୦ ଲକ୍ଷରୁ ବଢ଼ାଇ ୨୦ ଲକ୍ଷ ଟଙ୍କା କରାଯାଇଛି ।
ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଅଣ-କର୍ପୋରେଟ୍ କ୍ଷୁଦ୍ର ଉଦ୍ଦ୍ୟୋଗ ଆରମ୍ଭ କରିବା କିମ୍ବା ଏହାର ବିସ୍ତାର ପାଇଁ ଶସ୍ତା ସୁଧ ହାରରେ ଋଣ ଦିଆଯାଇଥାଏ । ଯୋଜନାରେ ମିଳୁଥିବା ଋଣକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା, ଶିଶୁ ଋଣ, କିଶୋର ଋଣ ଏବଂ ତରୁଣ ଋଣ । ଶିଶୁ ଋଣରେ ୫୦ ହଜାର, କିଶୋର ଋଣରେ ୫୦ ହଜାରରୁ ୫ ଲକ୍ଷ ଟଙ୍କା ଏବଂ ତରୁଣ ଋଣରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନିଆଯାଇ ପାରିବ ।
ଶିଶୁ ଋଣୁ ପାଇଁ ଆବେଦନ କରିବା ଉପରେ କୌଣସି ଗ୍ୟାରେଣ୍ଟରର ଆବଶ୍ୟକ ପଡ଼େ ନାହିଁ । ଏଥିପାଇଁ କୌଣସି ଚାର୍ଜ ମଧ୍ୟ ଲାଗେ ନାହିଁ । ପିଏମ୍ ମୁଦ୍ରା ଯୋଜନା ଅଧୀନରେ ୯ରୁ ୧୨ ପ୍ରତିଶତର ସୁଧ ହାର ଉପରେ ଋଣ ମିଳିଥାଏ ।