ଓ୍ଵାଶିଂଟନ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱାଗତ ପାଇଁ ଲାଗିଛି ପ୍ରବଳ ଭିଡ଼
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗୁରୁବାର ସକାଳେ ଭାରତୀୟ ସମୟ ଅନୁସାରେ ପ୍ରାୟ ୩.୩୦ରେ ସେ ଓ୍ଵାଶିଂଟନ୍ରେ ପହଞ୍ଚିଛନ୍ତି। ଏହି ଗସ୍ତର ପ୍ରମୁଖ ଏଜେଣ୍ଡାରେ ରହିଛି, ଜାତିସଂଘରେ ଉଦ୍ବୋଧନ, କ୍ୱାଡ୍ ସମ୍ମିଳନୀରେ ଯୋଗଦାନ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା। ଆଜି ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ମୋଦି। ଏହା ଦୁଇ ନେତାଙ୍କ ମଧ୍ୟ ଆଜି ହେବ ପ୍ରଥମ ଭେଟ। ପୂର୍ବରୁ ଦୁହେଁ କରୋନା ମହାମାରୀ ନେଇ ଫୋନରେ ବାର୍ତ୍ତାଳାପ କରିଥିଲେ।
#WATCH | Prime Minister Narendra Modi arrives at the airport at Andrews Airbase, United States pic.twitter.com/K2fJotDCfX
— ANI (@ANI) September 22, 2021
ଗତକାଲି ଗ୍ଲୋବାଲ କୋଭିଡ୍ ସମିଟରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ଏଥିରେ ଉଦ୍ବୋଧନ ଦେଇ ମୋଦି କହିଥିଲେ, କରୋନାର ଦ୍ୱିତୀୟ ଲହର ସମୟରେ ସାରା ବିଶ୍ୱ ଏକ ପରିବାର ଭଳି ଛିଡ଼ା ହୋଇଛି । ଏଥିପାଇଁ ସେ ରାଷ୍ଟ୍ରମୁଖ୍ୟମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଏହା ସହ ଭାରତ ୧୫୦ରୁ ଅଧିକ ଦେଶକୁ କରୋନା ସମୟରେ ଔଷଧ ଓ ଅନ୍ୟାନ୍ୟ ସହାୟତା ଯୋଗାଇଛି। ପ୍ରମୁଖ ରାଷ୍ଟ୍ରମାନେ ପରସ୍ପରର ଟିକାକୁ ଅନୁମୋଦନ ଦେବା ଜରୁରୀ। ଅନ୍ତର୍ଜାତୀୟ ଯାତ୍ରାକୁ ସହଜ କରିବା ଓ ଆର୍ଥିକ ଅଭିବୃଦ୍ଧି ପାଇଁ ଅଯଥା କଟକଣା ସବୁ ହଟିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Prime Minister @narendramodi landed in Washington DC a short while ago. Over the next two days, he would be attending various bilateral and multilateral programmes in the city. He would also be interacting with business leaders. pic.twitter.com/h2FJvV9z4Y
— PMO India (@PMOIndia) September 22, 2021
US: PM Narendra Modi was received by India’s Ambassador to the US Taranjit Singh Sandhu, along with the Defence attache incl Brigadier Anoop Singhal, Air Commodore Anjan Bhadra, naval attache Commodore Nirbhaya Bapna & US Dy Secy of State for Management &Resources TH Brian McKeon pic.twitter.com/KadTmLfvkB
— ANI (@ANI) September 22, 2021
ହ୍ଵାଇଟହାଉସରେ ୨୪ରେ ବାଇଡେନ୍ଙ୍କୁ ସାକ୍ଷାତ କରିବେ ମୋଦି। ଏ ସମୟରେ ସୁରକ୍ଷା ସହଯୋଗ, ଆଫଗାନ ସ୍ଥିତି, ଚୀନର ବିସ୍ତାରବାଦ ନୀତି, ସୀମାପାର ଆତଙ୍କବାଦ, ଭାରତ-ଆମେରିକା ସମ୍ପର୍କ ବୃଦ୍ଧି, ଦ୍ୱିପାକ୍ଷିକ ବାଣିଜ୍ୟ ଓ ବିିନିଯୋଗ, କ୍ଲିନ୍ ଏନର୍ଜୀ ପାର୍ଟନରସିପ୍ ଆଦି ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି। ୨୦୧୯ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଆମେରିକା ଯାତ୍ରା। ଏହାସହ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଆଲୋଚନା ହେବ।
#WATCH प्रधानमंत्री नरेंद्र मोदी ज्वाइंट बेस एंड्रयूज, वाशिंगटन डीसी पर इनके स्वागत के लिए आए लोगों से मुलाकात करते हुए। pic.twitter.com/jyAj8SHx7j
— ANI_HindiNews (@AHindinews) September 22, 2021
ପ୍ରଧାନମନ୍ତ୍ରୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଓ NSA ଅଜିତ ଡୋଭାଲ ମଧ୍ୟ ଆମେରିକା ଗସ୍ତ କରିଛନ୍ତି। ସେପ୍ଟେମ୍ବର ୨୪ରେ ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ୍ ବୈଠକରେ ଯୋଗଦେବେ ମୋଦି। ଏହି ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସାମିଲ ହେବେ। ପରେ ୨୫ ତାରିଖେରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।
#WATCH | Prime Minister Narendra Modi arrives at the hotel in Washington DC, US pic.twitter.com/vlZRsIHUhw
— ANI (@ANI) September 22, 2021