ପ୍ୟାରିସ ପାରାଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ପାରା ଅଲିମ୍ପିକ୍ସରେ ଭାରତୀୟ ଖେଳାଳି କମାଲ୍‌ କରୁଛନ୍ତି । ଭାରତୀୟ ଆଥଲେଟ ଏପର୍ଯ୍ୟନ୍ତ ୧୫ରୁ ଅଧିକ ମେଡାଲ ଜିତିସାରିଛନ୍ତି । ଏଥିରେ ୩ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସାମିଲ ରହିଛି । ୧୫ ମଧ୍ୟରୁ ୮ ମେଡାଲ କେବଳ ୫ମ ଦିନରେ ମିଳିଛି । ୫ମ ଦିନରେ ଭାରତୀୟ ଆଥଲେଟ କମାଲ କରିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୁଷ ଜାଭେଲିନ ଏଫ୬୪ରେ ସ୍ବର୍ଣ୍ଣ ଜିତିଥିବା ସୁମିତଙ୍କୁ ମୋଦି ଶୁଭେଚ୍ଛା ଜଣାଇ X ରେ ଲେଖିଛନ୍ତି, ସୁମିତଙ୍କ ଅସାଧାରଣ ପ୍ରଦର୍ଶନ । ପୁରୁଷ ଜାଭେଲିନ ଏଫ୬୪ରେ ସ୍ବର୍ଣ୍ଣ ଜିତିବା ପାଇଁ ବହୁତ ବହୁତ ଶୁଭେଚ୍ଛା । ତାଙ୍କ ଆଗାମୀ ଚେଷ୍ଟା ପାଇଁ ଶୁଭକାମନା ।

ସେହିପରି ତୀରନ୍ଦାଜୀରେ ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବ୍ୟାଡମିଣ୍ଟନରେ ରୌପ୍ୟ ଜିତିବା ପରେ ସୁହାସ ୟଥିରାଜଙ୍କ ପାଇଁ ମୋଦି ଲେଖିଛନ୍ତି, ପାରା ଅଲିମ୍ପିକ୍ସରେ ୨୦୨୪ ପୁରୁଷ ସିଙ୍ଗଲ ଏସଏଲ୪ ବ୍ୟାଡମିଣ୍ଟନ ଇଭେଣ୍ଟରେ ସୁହାସ ରୌପ୍ୟ ପଦକ ଜିତି ଭଲ ଉପଲବ୍ଧି ହାସଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମେଡାଲ ଜିତିଥିବା ସମସ୍ତ ଆଥଲେଟ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।