ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । କଥା ହୋଇ ନେପାଳ ଘଟଣାକୁ ନେଇ ସମବେଦନା ବ୍ୟକ୍ତ କରିଛନ୍ତି । ନେପାଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଅତୁଟ ସମର୍ଥନ ଦେବ ବୋଲି ମୋଦି କହିଛନ୍ତି । ଏହାସହିତ ନେପାଳର ରାଷ୍ଟ୍ରୀୟ ଦିବସ ଅବସରରେ ସୁଶୀଳା କାର୍କି ଏବଂ ନେପାଳର ବାସିନ୍ଦାଙ୍କୁ ନିଜର ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ଶ୍ରୀମତୀ ସୁଶୀଳା କାର୍କିଙ୍କ ସହିତ ଆତ୍ମୀୟ କଥାବାର୍ତ୍ତା । ନିକଟରେ ହୋଇଥିବା ଦୁଃଖଦ ଜନହାନିରେ ନିଜର ସମବେଦନା ବ୍ୟକ୍ତ କରିବା ସହିତ ଶାନ୍ତି ଏବଂ ସ୍ଥିରତାକୁ ବଜାୟ ରଖିବା ପ୍ରୟାସ ପାଇଁ ଅତୁଟ ସମର୍ଥନ ଯୋଗାଇଦେବ । ଏହାସହିତ ନେପାଳ ଲୋକଙ୍କୁ ସେମାନଙ୍କ ରାଷ୍ଟ୍ରୀୟ ଦିବସ ପାଇଁ ହାର୍ଦ୍ଦିକ ଶୁଭକାମନା । ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୁଶୀଳା କାର୍କିଙ୍କୁ ନେପାଳ ଅନ୍ତରୀମ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ସୂଚନାଯୋଗ୍ୟ, ନେପାଳରେ ସୋସିଆଲ ମିଡିଆ ବ୍ୟାନ ପରେ Gen-Z ବିକ୍ଷୋଭକାରୀ ହିଂସା ଘଟାଇଥିଲେ । ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ପରେ ମଧ୍ୟ ହିଂସା ବନ୍ଦ ହୋଇନଥିଲା ଏବଂ ପ୍ରଦର୍ଶନକାରୀମାନେ ସଂସଦ ଭବନ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାଜନୈତିକ ଦଳର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।
Had a warm conversation with Mrs. Sushila Karki, Prime Minister of the Interim Government of Nepal. Conveyed heartfelt condolences on the recent tragic loss of lives and reaffirmed India’s steadfast support for her efforts to restore peace and stability. Also, I extended warm…
— Narendra Modi (@narendramodi) September 18, 2025
Also Read : ନେପାଳରେ ଭୂକମ୍ପ ଅନୁଭୂତ, ତୀବ୍ରତା ୪.୦