ପିଏମ୍‌ ମୋଦି ଉଦଘାଟନ କରିବେ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ

ଆସନ୍ତାକାଲି ଦେଶର ବିଭିନ୍ନ ରାଜ୍ୟକୁ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଟ୍ରେନ୍‌ଗୁଡ଼ିକ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ବିହାର, ଛତିଶଗଡ, ଝାଡଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଦେଇ ଯାତ୍ରା କରିବ । ୧୦ଟି ବନ୍ଦେ ଭାରତ ଟ୍ରେନ୍‌ ମଧ୍ୟରୁ ୩ଟି ଟ୍ରେନ୍‌ ଓଡିଶାକୁ ମିଳିବାକୁ ଯାଉଛି ।
ଆସନ୍ତୁ ଜାଣିବା ଭାରତର କେଉଁ ସ୍ଥାନ ଦେଇ ଗତି କରିବ ଟ୍ରେନ୍‌ଗୁଡ଼ିକ:-

ବାରାଣାସୀ-ଦେଓଘର ବନ୍ଦେ ଭାରତ ଏକ୍ସପ୍ରେସ

ଏହି ଟ୍ରେନ୍‌ଟି ଝାଡଖଣ୍ଡ, ଦେଓଘର ଓ ବାରାଣାସୀ କ୍ୟାଣ୍ଟ ଷ୍ଟେସନ ମଧ୍ୟରେ ଚାଲିବ । ଟ୍ରେନ୍‌ ସକାଳେ ବାରାଣାସୀରୁ ଦେଓଘର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ ୩ଟାରୁ ଦେଓଘର ଛାଡି ବାରାଣାସୀ କ୍ୟାଣ୍ଟ ଷ୍ଟେସନକୁ ଫେରିବ ।

ହାଓ୍ଵଡ଼ା-ଗୟା ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ଗୟା ଠାରୁ ଅପରାହ୍ନ ୨.୨୫ରେ ଛାଡ଼ି ରାତି ୮ଟା ସୁଦ୍ଧା ହାଓ୍ଵଡ଼ାରେ ପହଞ୍ଚିବ ଏବଂ ଏହା ପରଦିନ ସକାଳ ୬.୫୦ରେ ହାଓ୍ଵଡ଼ାରୁ ବାହାରି ରାତି ୧ ଟା ୨୦ରେ ଗୟା ଜଙ୍କସନରେ ପହଞ୍ଚିବାର ଯୋଜନା ରହିଛି । ଟ୍ରେନ୍‌ଟି କୋଡେର୍ମା, ପରାଶନାଥ, ଧାନବାଦ, ପ୍ରଧାନଖାନ୍ତା, ଆସାନସୋଲ, ଦୁର୍ଗାପୁର ଦେଇ ଗତି କରିବ ।

ଆଗ୍ରା କ୍ୟାଣ୍ଟ- ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସ୍‌
ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଟୁଁଡଲା ଜଙ୍କସନ୍‌, ଇଟାବା, କାନପୁର ସେଣ୍ଟ୍ରାଲ, ପ୍ରୟାଗରାଜ ଦେଇ ଯିବ । ସକାଳ ୬ରୁ ଆଗ୍ରା ଛାଡ଼ି ଅପରାହ୍ନ ୧ରେ ବାରାଣାସୀ ପହଞ୍ଚିବ । ଏହାପରେ ରାତି ୩ ରେ ଆଗ୍ରା ଅଭିମୁଖେ ଯାତ୍ରା କରିବ ।

ରାଉରକେଲା-ହାଓ୍ଵଡ଼ା ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ସକାଳ ୬ରୁ ହାଓ୍ଵଡ଼ା ଛାଡି ଖଡ଼ଗପୁର,ଟାଟାନଗର, ଚକ୍ରଧରପୁର ଦେଇ ରାଉରକେଲାରେ ୧୧.୫୦ ସୁଦ୍ଧା ପହଞ୍ଚିବ । ରାତି ୧.୪୦ ରେ ହାଓ୍ଵଡ଼ା ଅଭିମୁଖେ ବାହାରିବ ।

ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ଟି ସପ୍ତାହରେ ୬ ଦିନ ଚାଲିବାର ଯୋଜନା ରହିଛି । ସକାଳ ୬ଟା ରେ ଟାଟାନଗରରୁ ବାହାରି ୭ ଘଣ୍ଟା ପରେ ପାଟନାରେ ପହଞ୍ଚିବ । ଦିନ ୩ଟାରୁ ପାଟନାରୁ ଯାତ୍ରା ଆରମ୍ଭ କରି ରାତି ୧୧ଟାରେ ଟାଟାନଗରରେ ପହଞ୍ଚିବ ।

ହୁବଳି-ପୁନେ ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ସକାଳ ୫ ଟାରୁ ହୁବଳି ଛାଡି ଅପରାହ୍ନ ପ୍ରାୟ ୧.୩୦ ରେ ପୁନେରେ ପହଞ୍ଚିବ । ପହଞ୍ଚିବାର ଏକ ଘଣ୍ଟା ପରେ ହୁବଳି ଅଭିମୁଖେ ଫେରିବ ।

ହାଓ୍ଵଡ଼ା-ଭାଗଲପୁର ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ଟି ମାତ୍ର ୬.୨୦ ମଧ୍ୟରେ ଦୁଇ ସହରକୁ ଯୋଡିବ । ଖୁବ୍‌ କମ୍‌ ସମୟର ବ୍ୟବଧାନରେ ଯାତ୍ରୀମାନଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ।

ନାଗପୁୁର-ସିକନ୍ଦରାଵାଦ ବନ୍ଦେ ଭାରତ ଏକ୍ସପ୍ରେସ
ସକାଳ ୫ଟାରୁ ଏହି ଟ୍ରେନ୍‌ଟି ନାଗପୁରରୁ ସିକନ୍ଦରାବାଦ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ସେବାଗ୍ରାମ୍‌, ଚନ୍ଦ୍ରପୁର, ବାଲାରଶା, ରାମ୍‌କୁଣ୍ଡମ୍‌, କାଜିପେଟ ଦେଇ ଏହି ଟ୍ରେନ୍‌ ସିକନ୍ଦରାବାଦ ରେ ପହଞ୍ଚିବ । ଏହା ପରେ ଦିନ ଗୋଟେରୁ ସିକନ୍ଦରାବାଦ ଛାଡି ରାତି ୮.୩୦ରେ ନାଗପୁରରେ ପହଞ୍ଚିବ ।

ଦୁର୍ଗ-ବିଶାଖାପାଟନମ୍‌ ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ସକାଳ ୬ଟାରୁ ଦୁର୍ଗ ଛାଡି ଅପରାହ୍ନ ୨.୩୦ରେ ବିଶାଖାପାଟନମ୍‌ରେ ପହଞ୍ଚିବାର ଯୋଜନା ରହିଛି । ଏହା ସହ ଅପରାହ୍ନ ୩.୧୫ରେ ବିଶାଖାପାଟନମ୍‌ରୁ ବାହାରି ରାତି ପ୍ରାୟ ୧୧.୫୦ରେ ଦୁର୍ଗରେ ପହଞ୍ଚିବ ।

You might also like