ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟରରେ ଫଲୋ କରିବା ଆରମ୍ଭ କଲା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ମଜଭୁତ ହେଉଛି ସମ୍ପର୍କ

କରୋନା ଯୁଦ୍ଧରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ସାହାଯ୍ୟ କରିଛି ଭାରତ। ଭାରତର ଏହି ସାହାଯ୍ୟକୁ ସମର୍ଥନ ଜଣାଇ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ଵାଇଟ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛି।

Trump often uses an accent to imitate Indian prime minister Modi ...

ହ୍ଵାଇଟ ହାଉସ ତରଫରୁ ପ୍ରଥମ ଅଣ-ଆମେରିକୀୟ ଭାବେ ପିଏମ ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଫଲୋ କରାଯାଇଥିବା ଜଣାଯାଇଛି। ପୂର୍ବରୁ କେବେବି କୌଣସି ଅଣ-ଆମେରିକୀୟ ବ୍ୟକ୍ତି ବିଶେଷଙ୍କୁ ହ୍ଵାଇଟ ହାଉସ ଫଲୋ କରିନଥିଲା।

White-House-MOdi2

ହ୍ଵାଇଟ ହାଉସର ଟ୍ୱିଟର ଆକାଉଣ୍ଟ କେବଳ ୧୯ ଜଣଙ୍କୁ ଫଲୋ କରିଥିବା ବେଳେ ସେଥିମଧ୍ୟରେ ଦୁଇ ଜଣ ଅଣ-ଆମେରିକୀୟ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିଛନ୍ତି, ଯାହା ସମଗ୍ର ପାଇଁ ଏକ ଗର୍ବର ବିଷୟ। ହ୍ଵାଇଟ ହାଉସ ପାଖରୁ ଏହି ବନ୍ଧୁତାର ହାତ ବଢ଼ାଯିବା ପରେ ଭାରତ ଓ ଆମେରିକାର ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶାପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.