ଦେଶ ବିଦେଶ

ନୂଆ ITPO କମ୍ପ୍ଲେକ୍ସ ପରିସରରେ ପୂଜାର୍ଚ୍ଚନା କଲେ ମୋଦି, ଶ୍ରମଜୀବୀଙ୍କୁ କଲେ ସମ୍ମାନିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆଇଟିପିଓ କମ୍ପ୍ଲେକ୍ସ ପରିସରରେ ପୂଜାର୍ଚ୍ଚନା କରିଛନ୍ତି । ଆଜି ସନ୍ଧ୍ୟା ୬.୩୦ ମିନିଟରେ ଏହି ଆଇଟିପିଓ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ତେବେ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ଆଇଟିପିଓ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିବା ଶ୍ରମିକଙ୍କ ସହ ଭେଟି ସେମାନଙ୍କୁ ସମ୍ମାନିତ କରିଛନ୍ତି ।

ଏଠାରେ ସେପ୍ଟେମ୍ବରରେ G20 ନେତାଙ୍କ ବୈଠକ ଆୟୋଜିତ ହେବ । ITPO କମ୍ପ୍ଲେକ୍ସ ପ୍ରଗତି ମଇଦାନ କମ୍ପ୍ଲେକ୍ସ ଭାବରେ ମଧ୍ୟ ଜଣାଶୁଣା । ସକାଳେ ପୂଜାର୍ଚ୍ଚନା ସରିବା ପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମକୁ ୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ ।

ଏହି କମ୍ପ୍ଲେକ୍ସ ପ୍ରାୟ ୧୨୩ ଏକର ଅଞ୍ଚଳରେ ତିଆରି ହୋଇଛି । ଏହା ବିଶ୍ୱର ୧୦ ନଂ କନଭେନସନ ସେଣ୍ଟର ମଧ୍ୟରେ ଅନ୍ୟତମ । ଏହା ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଭାରତର ସର୍ବ ବୃହତ ସ୍ଥାନ । ସୂଚନାନୁସାରେ, ଆଇଟିପିଓ କମ୍ପ୍ଲେକ୍ସର ପୁନଃନିର୍ମାଣ ଏବଂ ଆଧୁନିକ IECC କମ୍ପ୍ଲେକ୍ସ ଦୁନିଆର ଶ୍ରେଷ୍ଠ ୧୦ ପ୍ରଦର୍ଶନୀ ଏବଂ ସମ୍ମିଳନୀ କମ୍ପ୍ଲେକ୍ସ ମଧ୍ୟରେ ରହିଛି । ସମ୍ମିଳନୀ କେନ୍ଦ୍ରର ସ୍ତର ୭ରେ ୭,୦୦୦ଲୋକ ବସିବାର କ୍ଷମତା ରଖାଯାଇଛି । ଏହା ଅଷ୍ଟ୍ରେଲିଆର ସିଡନୀ ଓପେରା ହାଉସ ଠାରୁ ମଧ୍ୟ ବଡ ।

Swagatika

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

14 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

27 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

28 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago