ଦିଲ୍ଲୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ବିକଶିତ ଭାରତର ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନାରୀ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କଲେ 

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରୁ ବିକଶିତ ଭାରତର ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ରଖାଯାଇଛି । ବିକଶିତ ଭାରତ କେବଳ ଭାଷଣ ନୁହେଁ, ଦେଶବାସୀ ଚାହିଁଲେ ବିକଶିତ ଭାରତ ଗଠନ ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋକାଲ ଫର ଲୋକାଲ ଅର୍ଥତନ୍ତ୍ର ପାଇଁ ନୂଆ ମନ୍ତ୍ର ପାଲଟିଛି । ଏବେ ସାରା ବିଶ୍ବ ଭାରତକୁ ଅନୁସରଣ କରୁଛି ।

ଦେଶର ବିକାଶ ପାଇଁ ରିଫର୍ମ କରାଯାଉଛି । ଆମ ରିଫର୍ମ ଏବେ ଗ୍ଲୋବାଲ ବ୍ଲୁପ୍ରିଣ୍ଟ ପାଲଟିଛି । ଆମ ସେନା ଏୟାର ଷ୍ଟ୍ରାଇକ୍ କରୁଛନ୍ତି । ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଆତଙ୍କବାଦକୁ ଦମନ କରାଯାଉଛି । ଗାଁରେ ବିଜୁଳି ଓ ପାଣିର ସୁବ୍ୟବସ୍ଥା ପହଞ୍ଚିଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ହେଉଛି । କୃଷକ, ବିଜ୍ଞାନ ଓ ନିର୍ମାଣ କ୍ଷେତ୍ରକୁ ବିଶ୍ବସ୍ତରୀୟ କରାଯାଉଛି । ଗ୍ରୁପ-୨୦ ତୁଳନାରେ ଭାରତ ଅଧିକ ବିକଶିତ । ଦେଶବାସୀଙ୍କ ଭରସା ଓ ବିଶ୍ବାସ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରୁଛି ।

ମହିଳାଙ୍କ ଆତ୍ମନିର୍ଭର ଦେଶରେ ଆର୍ଥିକ କ୍ରାନ୍ତି ଆଣିଛି । ମହିଳା ହିଂସା ବିରୋଧରେ ଦେଶରେ ଆକ୍ରୋଶ ଦେଖାଦେଉଛି । ପ୍ରତି କ୍ଷେତ୍ରରେ ମହିଳା ଦମ୍ ଦେଖାଉଛନ୍ତି। ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସନୀୟ । ସଂସ୍କାର ପ୍ରକ୍ରିୟା ଦେଶକୁ ବିକାଶମୁଖୀ କରୁଛି । ରିଫର୍ମେସନ ଦେଶକୁ ମଜଭୁତ କରୁଛି । ଡିଗ୍ ନିଟି ଅଫ୍ ସିଟିଜେନକୁ ଆମେ ଗୁରୁତ୍ବ ଦେଉଛୁ । ଇଜ୍ ଅଫ୍ ଲିଭିଂ ପାଇଁ ମିଶନ ମୋଡରେ କାମ କରିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.