G-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଓ୍ଵାନ ଆର୍ଥ ଓ୍ଵାନ ହେଲଥ୍‌’ ବାର୍ତ୍ତା, ମୋଦିଙ୍କୁ ସମର୍ଥନ କଲେ ଜର୍ମାନୀ ଚାନ୍ସଲର ଆଞ୍ଜେଲ ମର୍କେଲ

G-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା । ବ୍ରିଟେନର ଆମନ୍ତ୍ରଣରେ ମୋଦି ଶନିବାର ଭିଡିଓ କନଫରେନ୍ସିଂରେ ଜି-୭ ସମ୍ମିଳନୀରେ ଯୋଗ ଦେଇଥିଲେ। ସମ୍ମିଳନୀରେ ମୋଦି ‘ଓ୍ଵାନ ଆର୍ଥ ଓ୍ଵାନ ହେଲଥ୍‌’ର ବାର୍ତ୍ତା ଦେଇଛନ୍ତି। ଏହାସହ କରୋନା ଭ୍ୟାକ୍ସିନର ପ୍ୟାଣ୍ଟେଣ୍ଟ ଦେବା କ୍ଷେତ୍ରରେ ଜି-୭ ଦେଶ ସମର୍ଥନ କରିବା ଉଚିତ୍‌ ବୋଲି ସେ କହିଥିଲେ। ମୋଦିଙ୍କୁ ସମର୍ଥନ କରିଥିଲେ ଜର୍ମାନୀ ଚାନସେଲର ଆଞ୍ଜେଲ ମର୍କେଲ। ଜି-୭ରେ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ ଓ ଆମେରିକା ସାମିଲ ହୋଇଛନ୍ତି । ଏହାର ଅଧ୍ୟକ୍ଷତା କରୁଥିବା ବ୍ରିଟେନ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ଦକ୍ଷିଣ ଆଫ୍ରିକାକୁ ଅତିଥି ଭାବେ ଆମନ୍ତ୍ରିତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.