ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦି ନୀରଜ ଚୋପ୍ରାଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିଛି । ପିଏମ୍ ମୋଦି ନୀରଜ ଚୋପ୍ରାଙ୍କୁ କହିଛନ୍ତି ଯେ ‘ଆପଣ ମନରୁ ସୁନା ବାହାର କରିଦିଅନ୍ତୁ, ଆପଣ ନିଜେ ତ ସବୁଠାରୁ ବଡ଼ ସୁନା’ ।
ପ୍ରଧାନମନ୍ତ୍ରୀ ମୋଦି ନୀରଜଙ୍କୁ କଲ୍ କରି ଅଭିନନ୍ଦନ ଜଣାଇବା ସହ କହିଥିଲେ, ‘ଆପଣ ଦେଶର ନାମକୁ ଉଜ୍ଜ୍ୱଳ କରିଛନ୍ତି । ଯେମିତି ମୁଁ ଭାବିଥିଲି, ସେମିତି ହୋଇପାରିଲା ନାହିଁ । ଲୋକମାନେ ସୁନା ଆଶା ରଖିଥିଲେ, ଆପଣ ପୂରା ଚେଷ୍ଟା କଲେ, କିନ୍ତୁ ହୋଇପାରିଲା ନାହିଁ । ପ୍ରତିଯୋଗିତା ବହୁତ ଶକ୍ତିଶାଳୀ ଥିଲା । ଏହା ସତ୍ତ୍ୱେ ମୁଁ ପଦକ ନେଇ ଆସିଲି, ଏହି କଥାରେ ମୁଁ ଖୁସି । ଆପଣ ଆଘାତ ପାଇବା ସତ୍ତ୍ୱେ ଭଲ ଖେଳିଥିଲେ’ ।
ଏହି ସମୟରେ ମୋଦି କହିଥିଲେ କି, ‘ଆଗାମୀ ଦିନମାନଙ୍କରେ ଆହୁରି ବି ପ୍ରତିଯୋଗିତା ଆସିବ । ସେଥିପାଇଁ ଆହୁରି ବି ପରିଶ୍ରମ କରିବେ’ । କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଲଗାତାର ନୀରଜ ଚୋପ୍ରାଙ୍କୁ ଉତ୍ସାହିତ କରୁଥିଲେ ।