ଯେଉଁ ଷ୍ଟଲରେ ପିଏମ ମୋଦି ବିକୁଥିଲେ ଚା’, ତାହାକୁ କରାଯିବ ପର୍ଯ୍ୟଟନ ସ୍ଥଳୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାବେଳେ ଯେଉଁ ଟି ଷ୍ଟଲରେ ଚା ବିକୁଥିଲେ ଏବେ ତାହାକୁ ସଂରକ୍ଷିତ କରି ଏକ ଟୁରିଷ୍ଟ ଷ୍ପର୍ଟ କରାଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଅନେକ ଥର କହିସାରିଛନ୍ତି ଯେ ତାଙ୍କ ପିଲାବେଳ ଗରୀବରେ କଟିଛି ଏବଂ ସେ ଗୁଜୁରାଟର ଭଡନଗର ରେଲୱେ ଷ୍ଟେସନରେ ନିଜ ବାପାଙ୍କ ସହିତ ଚା ବିକିବା କାମ କରୁଥିଲେ। ଏବେ ଗୁଜୁରାଟ ସରକାର ସେହି ଟି ଷ୍ଟଲକୁ ଟୁରିଷ୍ଟ ସ୍ପଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟି ଷ୍ଟଲରେ ଦେଶର ପ୍ରଧାନମନ୍ତ୍ରୀ ପିଲାଦିନେ ବହୁତ ସମୟ କାଟିଛନ୍ତି।
ରିପୋର୍ଟ ଅନୁଯାୟୀ ଗୁଜୁରାଟର ମେହସାଣା ଜିଲ୍ଲାର ଭଡନଗରକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଗୁଜୁରାଟ ସରକାର ୨୦୧୭ରେ ଏହି ଟି ଷ୍ଟଲକୁ ପର୍ଯ୍ୟଟନ କେନ୍ଦ୍ର ବନାଇବାର ନିଷ୍ପତ୍ତି କରିଥିଲେ। ସରକାର କହିଛନ୍ତି ଟି ଷ୍ଟଲର କୌଣସି ପରିବର୍ତ୍ତନ କରାଯିବ ନାହିଁ ତାହାକୁ ସେହି ଭଳି ଅବସ୍ଥାରେ ରଖାଯିବ ଯେମିତି ତାହା ପୂର୍ବରୁ ଥିଲା। ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ସେହି ଟି ଷ୍ଟଲ ଉପରେ ସର୍ଭେ କରି ସେହି ଟି ଷ୍ଟଲକୁ ପାରମ୍ପରିକ ରୂପରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।