ଆଜିଠୁ ୧୩ ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ, ଯୋଗ ଦେବାକୁ ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ(କେନ୍ଯୁଜ୍) : ଆଜିଠାରୁ ଆରମ୍ଭ ହେବ ୧୩ ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ । ଯୋଗ ଦେବାକୁ ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଜାପାନ ଗସ୍ତ ପୂର୍ବରୁ ମୋଦି କହିଛନ୍ତି, ଜାପାନ ଭାରତର ବିଶ୍ୱସନୀୟ ସହଯୋଗୀ । ମୁମ୍ବାଇ-ଅହମ୍ମଦାବାଦ୍‌ ହାଇସ୍ପିଡ୍‌ ରେଳ ପ୍ରକଳ୍ପ ତାର ଉଦାହରଣ ବୋଲି ମୋଦି କହିଛନ୍ତି । ଏହାସହ ଭାରତର ମେକ୍‌ ଇନ୍‌ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍‌ ଇଣ୍ଡିଆ ଅଭିଯାନରେ ଜାପାନର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଛି । ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ୨୦୧୪ ସେପ୍ଟେମ୍ବରରେ ପ୍ରଥମ ଜାପାନ ଗସ୍ତ କରିଥିଲେ । ଏହାପରଠାରୁ ମୋଦି-ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ୧୧ ଥର ସାକ୍ଷତ ହୋଇଛି । ଆଜି ୧୨ଥର ଲାଗି ଉଭୟ ନେତା ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ।