‘ମନ କି ବାତ୍’ର ୧୧୧ ତମ ସଂସ୍କରଣ: ରଥଯାତ୍ରା ସମ୍ପର୍କ କହିବା ସହ ଗଛ ଲଗାଇବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ୩ୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଆଜି ପ୍ରଥମ ମନ କୀ ବାତ୍ । ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲୋକାଲ ପାଇଁ ଭୋକାଲ ହେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ ବଖାଣିଥିଲେ । ପରିବେଶ ସୁରକ୍ଷା ବାର୍ତ୍ତା ଦେବା ସହ ମା’ଙ୍କ ନାଁରେ ଗୋଟିଏ ଗଛ ଲଗାଇବାକୁ ଦେଶବାସୀଙ୍କୁ ମୋଦି ଅପିଲ୍ କରିଛନ୍ତି । ଏବଂ ଗଛ ଲଗାଇ ସୋସିଆଲ ମିଡିଆରେ ଫଟୋ ଛାଡ଼ି ଲୋକଙ୍କୁ ସଚେତନ କରିବା ପାଇଁ କହିଛନ୍ତି ।
ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନିକଟରେ ପାଳନ କରାଯାଇଥିବା ଯୋଗ ଦିବସର ମହତ୍ୱ ବିଷୟରେ କହିଛନ୍ତି। ଏହା ଜୀବନ ପାଇଁ କେତେ ମହତ୍ୱ ତାହା କହିଥିଲେ। ସେ କହିଛନ୍ତି ଏହି ମାସରେ ସମଗ୍ର ବିଶ୍ୱ ଯୋଗ ଦିବସକୁ ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରିଛି। ମୁଁ ଶ୍ରୀନଗର, ଜମ୍ମୁ-କଶ୍ମୀରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲି। ଯୋଗ ଦିବସରେ କଶ୍ମୀରରେ ଯୁବକ, ଭଉଣୀ ଏବଂ ଝିଅମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।
ଏହାପରେ କେରଳ ଅଟ୍ଟାପଡିର ସ୍ୱତନ୍ତ୍ର ଛତା କଥା କହିଥିଲେ । ଏଠାକାର ଆଦିବାସୀ ମହିଳାମାନେ ଏଠାକୁ ତିଆରି କରୁଛନ୍ତି , ଯାହାକୁ କାର୍ଥେମ୍ବି ଛତା ଭାବେ ଜଣାଯାଏ । ଏହା କେବଳ କେରଲରେ ସୀମିତ ନୁହେଁ ବରଂ ଦେଶ ତଥା ଦେଶ ବାହାରକୁ ମଧ୍ୟ ଏହାର ରପ୍ତାନୀ ହେଲାଣି । ଏହାପରେ ଜୁଲାଇରେ ପ୍ୟାରିସରେ ହେବାକୁ ଥିବା ସମର ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ମୋଦି । ପୂର୍ବ ଥର ଅପେକ୍ଷା ଏଥର ଭାରତୀୟ ଖେଳାଳିମାନେ ସବୁ ବର୍ଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ । ଏହାସହ କିଛି ନୂଆ ଇଭେଣ୍ଟରେ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଖୋଳାଳିଙ୍କୁ ଦେଖିବାକୁ ମିଳିବ । ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦି ।