ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା: ୩ଟି ଯାକ ନୂଆ କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ(କେନ୍ଯୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା। ୩ କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁ ନାନକ ଜୟନ୍ତୀରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି।

ମୋଦି କହିଛନ୍ତି, ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖିଛି। କେନ୍ଦ୍ର ସରକାର ସବୁବେଳେ କୃଷି କଲ୍ୟାଣକୁ ଅଧିକ ପ୍ରାଥମିକତା ଦେଇଛନ୍ତି। ଦୀର୍ଘ ଦିନ ହେଲା ରାସ୍ତାରେ ବସିଥିବା ଚାଷୀମାନେ ନିଜ ନିଜ ଘରକୁ ଫେରି ଯାଆନ୍ତୁ। ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ। ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ରଚାଷୀ ।

ଦେଶରେ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ । କ୍ଷୁଦ୍ର ଚାଷୀଙ୍କ ସମସ୍ୟାା ଦୂର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ମୋଦି। ୨୦୨୦ ସେପ୍ଟେମ୍ବର ୧୭ରେ ସଂସଦରେ ୩ କୃଷି ଆଇନ ସଂସଦରେ ପାସ୍‌ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶତାଧିକ କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.