ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭିଡିଓ କନଫରେନ୍ସିଂରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ଆଲୋଚନା ହେବ । କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯିବା ସଂପର୍କରେ ଆଲୋଚନା ହେବ । ଆସନ୍ତା ୧୪ ତାରିଖରେ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଶେଷ ହେଉଛି । ଏହି ଅବଧି ବୃଦ୍ଧି କରିବା ପାଇଁ ଅନେକ ରାଜ୍ୟ ସମର୍ଥନ କରିଛନ୍ତି ।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛି । ସେହିପରି ପଞ୍ଜାବ ସରକାର ମଧ୍ୟ ମେ’ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇଛନ୍ତି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କାଲି ଭିତରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି । କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । ଗତ ଦୁଇ ତାରିଖରେ ପିଏମ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରେ ବିପଦର ମୁକାବିଲା କରିବା ସହ ଟେଷ୍ଟିଂ, ଆଇସୋଲେସନ ଓ କ୍ୱାରେଣ୍ଟାଇନ୍‌ ଉପରେ ଫୋକସ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.