ଦେଶ ବିଦେଶ

ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡି

କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ବିଭାଗ ମନ୍ତ୍ରୀ ଆଲମଗିର ଆଲମଙ୍କୁ ଗିରଫ କରି ୬ ଦିନିଆ ରିମାଣ୍ଡରେ ନେଇଛି ଇଡି । ପିଏମଏଲଏ କୋର୍ଟ ଇଡି ଆବେଦନକୁ ସ୍ୱୀକାର କରି ୬ ଦିନିଆ ରିମାଣ୍ଡରେ ପଠାଇଛି । ମନି ଲଣ୍ଡରିଂ ମାମଲା ଅଭିଯୋଗରେ ମନ୍ତ୍ରୀ ଆଲମଗିରଙ୍କୁ ଗିରଫ କରାଯାଇଛି ।

ଗତକାଲି ଇଡିର ରାଞ୍ଚି ସ୍ଥିତ କାର୍ଯ୍ୟାଳୟରେ ୭୦ ବର୍ଷୀୟ ଆଲମଗିର ଆଲମଙ୍କୁ ୯ରୁ ଅଧିକ ଘଣ୍ଟା ଧରି ଜେରା କରାଯାଇଥିଲା । ଆଉ ତା’ପରେ ତାଙ୍କୁ ଗିରଫ କରାଯାଇଥିଲା । ଇଡି ରିମାଣ୍ଡ ନୋଟରେ ଅଭିଯୋଗ ଲଗାଇଛି ଯେ, ୨୦୨୩ରେ ଗିରଫ ହୋଇଥିବା ତତ୍କାଳୀନ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମ ଟେଣ୍ଡର ଆବଣ୍ଟନ ବଦଳରେ କମିଶନ ନେଉଥିଲେ, ଯେଉଁଥିରେ ୧.୫ ପ୍ରତିଶତ କମିଶନ ମନ୍ତ୍ରୀ ଆଲମଗିର ଆଲମଙ୍କୁ ଯାଉଥିଲା । ଇଡି ଯାଞ୍ଚ ସମୟରେ ଜାଣିବାକୁ ପାଇଛି ଯେ, ୨୦୨୨ ବର୍ଷ ଏକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଜରିଆରେ ୩ କୋଟି ଟଙ୍କା ଟେଣ୍ଡର ଆବଣ୍ଟନ ବଦଳରେ ପଠାଯାଇଥିଲା ।

୨୦୨୩ରେ ଝାଡ଼ଖଣ୍ଡ ଗ୍ରାମାଞ୍ଚଳ ବିକାଶ ବିଭାଗର ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର କେ ରାମଙ୍କୁ ଗିରଫ କରିଥିଲା ଇଡି । କେତେକ ଯୋଜନା ଲାଗୁ ହେବାରେ ଅନିୟମିତତା ଅଭିଯୋଗକୁ ନେଇ ସେତେବେଳେ ବୀରେନ୍ଦ୍ର କେ ରାମଙ୍କୁ ଗିରଫ କରିଥିଲା ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରାଞ୍ଚି ସମେତ ୯ଟି ସ୍ଥାନରେ ରେଡ କରାଯାଇଛି ।

ସୂଚନାଯୋଗ୍ୟ, ମେ’୬ ତାରିଖରେ ଇଡି ତରଫରୁ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗିର ଆଲମଙ୍କ ଆପାର୍ଟମେଣ୍ଟରେ ଚଢ଼ାଉ କରାଯାଉଥିଲା । ସେଠାରୁ ନଗଦ ୩୭ କୋଟି ଟଙ୍କା ଜବତ କରିଥିଲା ଇଡି । ଏହି ରେଡ୍ ପରେ ଆଲମଗିର ଆଲମ ଓ ସଞ୍ଜୀବ ଲାଲ ଗିରଫ ହୋଇଛନ୍ତି ।

ଘରୋଇ ସହାୟକ ଜାହାଙ୍ଗିର ଆଲମଙ୍କୁ ପ୍ରାରମ୍ଭିକ ପଚରାଉଚରାରେ ସ୍ୱୀକାର କରିଛି କି, ସେ କମିଶନ ଏବଂ ଲାଞ୍ଚ ଟଙ୍କାର କେୟାରଟେକର ଥିଲା । ଯେଉଁଥିପାଇଁ ତାଙ୍କୁ ମାସକୁ ୧୫ ହଜାର ଟଙ୍କା ମିଳୁଥିଲା । ତେବେ ଜାହାଙ୍ଗିରକୁ ମନ୍ତ୍ରୀ ଆଲାମଗିରି ହିଁ ପିଏସ ସଂଜୀବ କୁମାରଙ୍କ ପାଖରେ ଚାକିରି ଦେଇଥିଲେ । ଏଥିପାଇଁ ଘରୋଇ ସହାୟକୁ ପିଏସ ନିଜ ଆପାର୍ଟମେଣ୍ଟରେ ଫ୍ଲାଟ ଦେଇଥଇଲେ ।

ତେବେ ସଂଜୀବ ଲାଲ ଦିନେ ଦୁଇ ଦିନରେ ବ୍ୟାଗ ଭର୍ତ୍ତି ଟଙ୍କା ଦେଉଥିଲେ । ଯାହାକୁ ନେଇ ସେ ଫ୍ଲାଟର ଆଲମାରୀରେ ରଖୁଥିଲେ । ଇଡି ଅଧିକାରୀ ୧୦ ଲକ୍ଷ ଏବଂ ଅନ୍ୟ ସହଯୋଗୀ ସ୍ଥାନରେ ୨ କୋଟି ୯୩ ଲକ୍ଷ ଟଙ୍କା ଜବତ କରିଥିଲା । ମନ୍ତ୍ରୀଙ୍କ ପିଏସ ସଂଜୀବ କୁମାର ଲାଲ ଏହି ଘଟଣାକୁ ଅସ୍ୱୀକାର କରିଥିଲେ । ତେବେ ଏହି ମାମଲାରେ ଇଡି ତାଙ୍କୁ ପଚାରିବା ବେଳେ ବାରମ୍ବାର ବେହୋସ ହୋଇପଡିଥିଲେ ପିଏସ୍‌ ।

 

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago