ଦେଶ ବିଦେଶ

ମୋଦିଙ୍କୁ ସମ୍ମାନିତ କରିବା ପାଇଁ 5 ମିନିଟ ଛିଡା ହେବା ଅପପ୍ରଚାର ଉପରେ ଆସିଲା ଖୋଦ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, ଟୁଇଟ କରି ଦେଲେ ଉଚିତ ଜବାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିବା ପାଇଁ 5 ମିନିଟ ଛିଡା ହେବା ଅପପ୍ରଚାର ଉପରେ ମୋଦି ଜବାବ ଦେଇଛନ୍ତି। ପିଏମ ଟୁଇଟ କରି ଏଭଳି ଅପପ୍ରଚାର କରୁଥିବା ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ‘କିଛି ଲୋକ ଏଭଳି ଅପପ୍ରଚାର କରୁଛନ୍ତି ଯେ 5 ମିନିଟ ଛିଡା ହୋଇ ମୋଦିଙ୍କୁ ସମ୍ମାନିତ କରାଯାଉ, ଏହା ମୋ ଧ୍ୟାନକୁ ଅଣାଯାଇଛି। ପ୍ରଥମ ନଜରରୁ ଏହା ମୋଦିଙ୍କୁ ବିବାଦରେ ଫସେଇବା ପାଇଁ କିଛି ଚାଲ ବୋଲି ଲାଗୁଛି’।

ତେବେ ସେ ଅପପ୍ରଚାର ସୃଷ୍ଟିକାରୀଙ୍କୁ ପରାମର୍ଶ ଦେବାକୁ ଯାଇ ଟୁଇଟ କରିଥିଲେ। ମୋଦି କହିଥିଲେ, ‘ହୋଇପାରେ ଏହା କାହାର ସଦିଚ୍ଛା ହୋଇଥିବ। ମୋର ଇଛା ଯେ ଯଦି ଆପଣଙ୍କ ମନରେ ଏତେ ଭଲ ପାଇବା ଅଛି ଏବଂ ଆପଣ ମୋଦିଙ୍କୁ ସମ୍ମାନିତ କରିବାକୁ ଚାହୁଁଛନ୍ତି, ତା’ ହେଲେ ଯେ ପର୍ଯ୍ୟନ୍ତ କରୋନା ଭାଇରସର ସଙ୍କଟ ରହିଛି, ସେ ପର୍ଯ୍ୟନ୍ତ ଗୋଟିଏ ଗରିବ ପରିବାରର ଦାୟିତ୍ୱ ଉଠାନ୍ତୁ। ଏହାଠାରୁ ବଡ ସମ୍ମାନ ମୋ ପାଇଁ ଆଉ କିଛି ହୋଇପାରିବ ନାହିଁ’।

କହି ରଖୁଛୁ, ଏବେ ଏକ ପୋଷ୍ଟର ଖୁବ ଭାଇରଲ ହେଉଛି, ଯେଉଁଥିରେ ଲେଖା ହୋଇଛି ପିଏମ ମୋଦି ଦେଶ ପାଇଁ ବହୁତ କିଛି କରିଛନ୍ତି। ଆସନ୍ତୁ ପିଏମଙ୍କ ସମ୍ମାନରେ ଏହି ରବିବାର ସନ୍ଧ୍ୟା 5ଟାରେ 5 ମିନିଟ ପାଇଁ ଛିଡା ହେବା। ସମସ୍ତ ଲୋକଙ୍କୁ ଘରର ବାଲକୋନି କିମ୍ବା ଛାତ ଉପରେ 5 ମିନିଟ ଛିଡା ହୋଇ ମୋଦିଙ୍କୁ ସମ୍ମାନିତ କରିବାକୁ କୁହାଯାଇଛି।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

11 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

13 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

54 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago